Categories: ଜାତୀୟ

ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଟ୍ରମ୍ପ୍‌ ସ୍ତ୍ରୀ ମେଲାନିଆଙ୍କ ସହିତ ମହାତ୍ମାଙ୍କ ସମାଧିସ୍ଥଳରେ ପହଞ୍ଚି ଏଭଳି କରିଛନ୍ତି। ଟ୍ରମ୍ପ୍‌ ରାଜଘାଟରେ ଥିବା ଭିଜିଟର୍ସ ବୁକ୍‌ରେ ଦସ୍ତଖତ କରିବା ପରେ ଏକ ବୃକ୍ଷ ଚାରା ମଧ୍ୟ ରୋପଣ କରିଛନ୍ତି। ଏହା ପୂର୍ବରୁ ସେ ରାଷ୍ଟ୍ରପତି ଭବନରେ ପହଞ୍ଚି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍‌ କରିଥିଲେ।

Share