ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବା ଦାଦନ ଶ୍ରମିକମାନେ ଅସୁବିଧାରେ ପଡିଛନ୍ତି ା ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ୪୩ ଦାଦନ ଶ୍ରମିକ ସେମାନଙ୍କୁ ଉଦ୍ଧାର କରି ତାଙ୍କ ଘରେ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ, ଓଡିଶା ମୁଖ୍ୟମନ୍ତ୍ରୀ ଓ ବଲାଙ୍ଗୀର ଜିଲାପାଳଙ୍କୁ ଆକୁଳ ନିବେଦନ କରିଛନ୍ତି ା ମୋବାଇଲ ଭିଡିଓ ମାଧ୍ୟମରେ ଏହି ଦାଦନ ଶ୍ରମିକମାନେ ସୋସିଆଲ ମିଡିଆରେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିବା ସହ ସେମାନଙ୍କ ନିକଟରେ ଖାଇବାକୁ କିଛି ବି ନଥିବା ଜଣାଇଛନ୍ତି ା ସଇଁତଲା ବ୍ଳକର ବିଭିନ୍ନ ଗ୍ରାମର ୨୮ଜଣ ଦାଦନ ଶ୍ରମିକ ଗୁଜରାଟ ପ୍ରଦେଶର ରାଜକୋଟ କାମ କରିବାକୁ ଯାଇଥିଲେ ା ଏବେ ଦେଶରେ ଲକ୍‌ଡାଉନ୍‌ ନିୟମ ପରେ ସେମାନେ ସେଠାରେ ଫଶିଛନ୍ତି ା ଏହି ଶ୍ରମିକମାନେ ସୋସିଆଲ ମିଡିଆରେ ହାତ ଯୋଡି ଉଦ୍ଧାର ପାଇଁ ନିବେଦନ କରୁଥିବା ଦେଖାଯାଇଛି ା ସେହିପରି ଟିଟିଲାଗଡ ବ୍ଳକ୍‌ ଖୋଲାନ ଗ୍ରାମପଞ୍ଚାୟତର ପଥର୍ଲା ଗ୍ରାମର ୧୫ ଜଣ ସଦସ୍ୟ ତିରୁପତି ନିକଟ ଥଣ୍ଟାୱାଡାଠାରେ ଏକ ଇଟାଭାଟିରେ ଅଟକି ରହିଥିବା ଜଣାଇଛନ୍ତି ା ଗୋଟିଏ ସପ୍ତାହ ଧରି ଖାଇବାକୁ ଦେବା ପରେ ଇଟାଭାଟି ମାଲିକ ଆଉ ସେମାନଙ୍କୁ ଖାଇବାକୁ ଦେଉନଥିବା ଜଣାଇଛନ୍ତି ା ଫାଲକୁନି ମାଝି, ନୃପ ଘିବେଲା, ଜୟ ପ୍ରକାଶ ରଣା, ସୁମନ୍ତ ରଣା, କୁଶ ରଣା, ସାନ ରଣା, ଡିଲେଶ୍ୱର ଭୋଇ, ପିକେଶ୍ୱର ମାଝି, ହୃଷି ମାଝି, ତରଣୀ ଭୋଇ, ପ୍ରକାଶ ମାଝି, ହିମାଂଶୁ ଭୋଇ, କିଶୋର ରଣା, ସମୀର ମାଝି ଓ ଅନ୍ୟ ଜଣେ ଅଟକି ରହିଛନ୍ତି ା ତୁରନ୍ତ ସେମାନଙ୍କୁ ଓଡିଶା ସରକାର ଉଦ୍ଧାର ନ କଲେ ସେମାନେ ବାଧ୍ୟହୋଇ ତିରୁପତିରୁ ପଦଯାତ୍ରା କରିବାକୁ ବାଧ୍ୟ ହେବୁ ବୋଲି ଜଣାଇଛନ୍ତି ା ଏହି ଖବର ପହଞ୍ଚତ୍ବା ପରେ ପଥର୍ଲା ଗ୍ରାମର କିଛି ଲୋକ ଟିଟିଲାଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଟକି ଥିବା ଦାଦନ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିବା ଜଣାପଡିଛି ା