ରାଗିଲେ ସୋନା

ମୁମ୍ବାଇ: ବଲିଉଡ୍‌ ଗାୟିକା ସୋନା ମହାପାତ୍ର କିଛି ନି କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାଆନ୍ତି। ବହୁବାର ସେ ବଲିଉଡ୍‌ ଭାଇଜାନ ସଲମାନଙ୍କୁ ଟାର୍ଗେଟ କରି ଆସିଛନ୍ତି ଚର୍ଚ୍ଚାକୁ। ଏଥର ବି ତାଙ୍କ ଟାର୍ଗେଟକୁ ଆସିଯାଇଛନ୍ତି ଭାଇଜାନ। ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟାକୁ ନେଇ ସୋନା ମହାପାତ୍ର ଏଥର ସଲମାନଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟ୍‌ କରି ସୋନା ଲେଖିଛନ୍ତି, ‘ବିଷାକ୍ତ ପୁରୁଷ ପଣିଆର ଗୋଟିଏ ବା ଏକମାତ୍ର ପୋଷ୍ଟର ବୟ।’ ଏହା ସେ ସଲମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି। କିଛି ସମୟ ହେଲା ଅର୍ଥାତ୍‌ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ପ୍ରିୟାପ୍ରୀତି ପୋଷଣକୁ ନେଇ ଆଲୋଚନା କରାଯାଉଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ସଲମାନ। ଅନେକେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସଲମାନଙ୍କୁ ସମାଲୋଚନା କରୁଥିବା ବେଳେ ନିକଟରେ କିନ୍ତୁ ସଲମାନ କହିଥିଲେ ଏହି ସମୟରେ ସମସ୍ତେ ସୁଶାନ୍ତଙ୍କ ପରିବାର ଓ ତାଙ୍କ ପ୍ରଶଂସକଙ୍କ ସହ ରହିବା ଉଚିତ। ଏହା ବ୍ୟତୀତ କୌଣସି ଭୁଲ ଶବ୍ଦର ବ୍ୟବହାର ନ କରିବାକୁ ସଲମାନ ଅନୁରୋଧ କରିଥିଲେ।

Share