ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ ରିଲିଜ୍‌ ହୋଇଛି। ଆଉ ଏହାକୁ ନେଇ ରିଷି ଖୁବ୍‌ ରାଗି ଯାଇଛନ୍ତି। କାରଣ ଏହାକୁ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ବୋଲି ଦର୍ଶାଇ ରିଲିଜ୍‌ କରାଯାଇଛି। ହେଲେ ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିବା ଓ ଏହି ଫିଲ୍ମ ବହୁ ଆଗରୁ ଶୁଟିଂ ସରିଥିବା ବେଳେ ଏବେ ତରବରିଆ ଭାବେ ଏହାର ରିଲିଜ୍‌କୁ ସେ ପସନ୍ଦ କରି ନାହାଁନ୍ତି। କାରଣ ଏହି ଫିଲ୍ମ ତାଙ୍କର ଅପ୍‌ କମିଙ୍ଗ ଫିଲ୍ମ ନୁହେଁ। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିବା ବେଳେ ଏହି ଫିଲ୍ମ କେବେ, କେଉଁଠି ଓ ଏହାର ବିଷୟ ବସ୍ତୁ ସମ୍ପର୍କରେ ତାଙ୍କର କିଛି କଥା ମନେ ନ ଥିବାରୁ ଏହାକୁ ସେ ଅପ୍‌ କମିଙ୍ଗ ଫିଲ୍ମ ଭାବେ ଗ୍ରହଣ କରୁ ନାହାଁନ୍ତି। ତେଣୁ ସେ ସୁସ୍ଥ ହୋଇ ନ ଫେରିବା ପର୍ଯ୍ୟନ୍ତ ତାଙ୍କ ଫିଲ୍ମକୁ ଅପ୍‌ କମିଙ୍ଗ କହି ଦର୍ଶକଙ୍କୁ ଠକାଯାଉଥିବାରୁ ଏହାକୁ ନେଇ ସେ ରାଗି ଯାଇଛନ୍ତି।

Share