ରାଖୀରେଏଥେନିକ୍‌ ଲୁକ୍‌

ଯଦି ରାଖୀରେ ଆପଣ ଲୁକ୍‌ ବଦଳାଇବାକୁ ଚାହୁଁଛନ୍ତି ତେବେ ଏଥେନିକ୍‌ ଡ୍ରେସ୍‌ ସିଲେକ୍ଟ କରିପାରିବେ। ବ୍ରାଇଟ୍‌ କଲର ହେଉ ଅବା ଓ୍ବେଡିଂ ଡ୍ରେସ୍‌ ରାଖୀରେ ଦିଅନ୍ତୁ ନିଜକୁ ଗ୍ଲାମର୍ସ ଲୁକ୍‌।
– ବ୍ରାଇଟ୍‌ କଲର ଯେପରିକି ରୟାଲ୍‌ ବ୍ଲୁ, ଡାର୍କ ମେରୁନ୍‌, ରେଡ୍‌, ପ୍ୟାରଟ୍‌ ଗ୍ରୀନ୍‌ ଭଳି କଲର ଏହିଦିନେ ଖୁବ୍‌ ଭଲ ଲାଗେ। ଏହି କଲରର ଶାଢ଼ି, ସୁଟ୍‌ କିମ୍ବା ଲେହେଙ୍ଗା ଆପଣଙ୍କୁ ବେଶ୍‌ ମାନିବ।
– ବ୍ଲିଙ୍ଗ୍‌ କୁର୍ତ୍ତା ଏବଂ ବାନ୍ଧନୀ ଦୁପଟା ସହ ଚୁଡିଦାର ଆପଣଙ୍କୁ ୟୁନିକ୍‌ ଲୁକ୍‌ ଦେବ। ଏହା ସହ ଝୁମ୍‌କା ଇୟର ରିଙ୍ଗ୍‌ ଏବଂ ହାଲ୍‌କା ମେକ୍‌ ଅପ୍‌ ଲଗାନ୍ତୁ। ଓ୍ବେଷ୍ଟର୍ନ ଲୁକ୍‌ ଚାହୁଁଥିଲେ ବ୍ଲିଙ୍ଗ୍‌ ଟପ୍‌ ସହ ଏଥେନିକ୍‌ ସିଲ୍କ ଶାର୍ଟ ପେୟାର କରି ପିନ୍ଧନ୍ତୁ। ଏଥିରେ ଆପଣ ଦୁପଟା ଅପ୍ସନ୍‌ ବି ରଖିପାରିବେ।
– ଓ୍ବେଷ୍ଟର୍ନ ଲୁକ୍‌ ପାଇଁ ଏଥେନିକ୍‌ ଓ୍ବେରରେ ଆପଣ ଇକତ୍‌ର ଲମ୍ବା କୁର୍ତ୍ତି ପିନ୍ଧିପାରିବେ। ଏହା ସହ ବଡ଼ ବଡ଼ ଝୁମ୍‌କା ଏବଂ ରଷ୍ଟିକ୍‌ ସିଲ୍‌ଭର ନେକ୍‌ପିସ୍‌ ମାନିବ।
– ଓ୍ବେଡିଂ ଶାଢିକୁ ବି ଏହିଦିନ ଆପଣାଇପାରିବେ। ମସଲନ୍‌ ବ୍ଲାଉଜ୍‌କୁ ଆପଣ କଣ୍ଟ୍ରାଷ୍ଟ୍‌ କଲରର ପ୍ଲେନ୍‌ ଜର୍ଜେଟ୍‌ ବା ସିଫନ୍‌ ଶାଢ଼ି ସହ ପିନ୍ଧିପାରିବେ। ଏହା ସହ ହେଭି ବ୍ଲାଉଜ୍‌ ପରଫେକ୍ଟ୍‌ ବାଲାନ୍ସ ହେବା ପରି ଲାଗିବ।
– ଯଦି ବ୍ଲାଉଜ୍‌ କୋର୍‌ସେଟ୍‌ ଅଛି ତେବେ ଏହାକୁ ଜର୍ଜେଟ୍‌ ବା ସିଫନ୍‌ର ହେଭି ବର୍ଡର ଫାବ୍ରିକ୍‌ ସହ ପିନ୍ଧିପାରିବେ।
– ଲେହେଙ୍ଗାକୁ ପ୍ଲେନ୍‌ ଏବଂ ର’ ସିଲ୍‌କ ବ୍ଲାଉଜ୍‌ ବା କୋର୍‌ସେଟ୍‌ ସହ ପିନ୍ଧିପାରିବେ। ଏହା ସହ ଦୁପଟା କମ୍‌ ଏମ୍ବ୍ରୋଡୋରିର ହେବା ଆବଶ୍ୟକ। ଗହଣା କମ୍‌ ପିନ୍ଧନ୍ତୁ ଏବଂ କମ୍ପ୍ଲିଟ୍‌ ଲୁକ୍‌ ପାଇଁ କ୍ଲଚ୍‌ ଆପଣାଇ ପାରିବେ।