ରାକେଶଙ୍କ ପାଇଁ ଚାଲିଛି ନାୟିକା ଖୋଜା

ସତରେ ୟାକୁ ହିଁ କହନ୍ତି ହାତୀ ମୁଣ୍ଡରେ ସୁନା କଳସ ଢ଼ାଳିବା। ଦେଖୁନାହାନ୍ତି, ଗୋଟିଏ ସିନେମା ରିଲିଜ ହେବାର ଦିନ କେଇଟା ହୋଇନି ହାତରେ ଆଉ ଏକ ଅଫର। ହଁ , ସେ ହେଲେ ନବାଗତ ରାକେଶ ଦେଓ। ନିକଟରେ ତାଙ୍କ ଅଭିନୀତ ‘ତୁ କହିଦେ ଆଇ ଲଭ୍‌ ୟୁ’ ମୁକ୍ତିଲାଭ କରିଛି। ଏବେ ସେ ‘ତୁ ମୋ କମଜୋରି’ ଟାଇଟଲ ବିଶିଷ୍ଟ ଆଉ ଏକ ସିନେମାର ନାୟକ ସାଜିଛନ୍ତି। ହେଲେ ଏପରି ଏକ ଇମୋଶନାଲ ପ୍ରେମ କାହାଣୀରେ ତାଙ୍କ ସହ ନାୟିକା ଭାବରେ କିଏ ସ୍କ୍ରିନ୍‌ ସେୟାର କରୁଛି ତାହା ଫାଇନାଲ ହୋଇନାହିଁ। ଏଥିପାଇଁ ଜଣେ ଚୁଲବୁଲି ସୁନ୍ଦରୀ ସନ୍ଧାନରେ ଅଛନ୍ତି ପ୍ରଯୋଜକ ଭାର୍ଗବୀ ତ୍ରିପାଠୀ-ଟିକି ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ। ସନ୍ତୋଷ ଏହି ଫିଲ୍ମର କାହାଣୀ ସହ ଚିତ୍ରନାଟ୍ୟ ମଧ୍ୟ ରଚନା କରିଛନ୍ତି। ପ୍ରେମ ଆନନ୍ଦଙ୍କ ସ୍ବର ସଂଯୋଜନାରେ ବସନ୍ତରାଜ ସାମଲଙ୍କ ରଚିତ ଗୀତଗୁଡିକର ମ୍ୟୁଜିକ ରେକର୍ଡିଂ କାମ ଚାଲୁ ରହିଛି। ଶ୍ରଦ୍ଧା ସବୁରୀ ବ୍ୟାନରରେ ନିର୍ମିତ ହେବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ଶୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

Share