ରାଉରକେଲାର ୩ ନୂଆ ପଜିଟିଭ୍‌ଙ୍କ ତଥ୍ୟ ଦେଲା ସ୍ବାସ୍ଥ୍ୟ ବିଭାଗ: ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ, ୨ ମହିଳା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର କରିଛି। ରବିବାର ଆଉ ୩ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ତେବେ ଏସବୁ ଆକ୍ରାନ୍ତ ସୁନ୍ଦରଗଡ଼ ଜିଲା ରାଉରକେଲାର। ଏମାନଙ୍କ ମଧ୍ୟରେ ଜଣେ ୨୩ବର୍ଷୀୟ ପୁରୁଷ ଏବଂ ଦୁଇଜଣ ମହିଳା(୬୦ ବର୍ଷ ଏବଂ ୫୭ ବର୍ଷ) ରହଛନ୍ତି। ସେହିଭଳି ପଜିଟିଭ୍‌ମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ କରାଯାଇଥିବାବେଳେ ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ କାର୍ଯ୍ୟ ଆରମ୍ଭ ହୋଇଛି।

ପ୍ରକାଶ ଯେ, ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ୨ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ଅନ୍ୟ ଜଣେ ସୁସ୍ଥ ହୋଇଥିଲେ। ଏବେ ୩ଟି ଅଧିକ ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ସକ୍ରିୟ ପଜିଟିଭ୍‌ଙ୍କ ସଂଖ୍ୟା ୩ ରହିଛି।