ରାଉତରାପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ମାମଲା: ଫଳାଫଳ ଘୋଷଣା ୨୦କୁ ସ୍ଥଗିତ

ରସୁଲପୁର,୧୯।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ସରପଞ୍ଚ ରେଣୁ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲା ରୋଚକ ମୋଡ଼ ନେଇଛି। ଫଳାଫଳ ଘୋଷଣା ପାଇଁ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାହା ସମ୍ଭବପର ହୋଇପାରି ନାହିଁ। ଯାଜପୁର ଜିଲାପାଳଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ମୁତାବକ ନିର୍ବାଚନ ଅଧିକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଫଳାଫଳ ବନ୍ଦ ଥିବା ଜଉମୁଦ ଲଫାଫା ଖୋଲିବା ପରେ ଫଳାଫଳ ଜଣାପଡିଥିଲା। ସରପଞ୍ଚଙ୍କ ବିରୋଧରେ ୧୧ଟି ଭୋଟ ଯାଇଥିବାବେଳେ ବିପକ୍ଷରେ ୩ଟି ଭୋଟ ଯାଇଛି ବୋଲି ନାଏବ ସରପଞ୍ଚ କୈଳାସ ସାହୁ ସୂଚନା ଦେଇଛନ୍ତି। ଏସବୁ ପରେ କୋର୍ଟରୁ ଆସିଥିବା ବାର୍ତ୍ତା ଆଧାରରେ ଫଳକୁ ବିଧିବଦ୍ଧଭାବେ ଘୋଷଣା ହୋଇପାରି ନାହିଁ। ଏହି ଘୋଷଣାକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଛି।
ପ୍ରକାଶ ଯେ, ସରପଞ୍ଚଙ୍କ ବିରୋଧରେ ଯାଜପୁର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଅନାସ୍ଥା ପାଇଁ ୩୦ ଅକ୍ଟୋବର,୨୦୧୯କୁ ଦିନଧାର୍ଯ୍ୟ ହୋଇଥିଲା। ଏହିଦିନ ଭୋଟ ଗ୍ରହଣ ହେବା ସହ ଗଣତି ମଧ୍ୟ କରାଯାଇଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ବଳରେ ଫଳାଫଳ ଘୋଷଣା କରାଯାଇ ନ ଥିଲା। ଏ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା କେସ୍‌ ନଂ-୨୦୧୫୧/୨୦୧୯ରେ ପକ୍ଷ ରଖିବା ସହ ଫଳାଫଳ ଘୋଷଣା ଉପରୁ ରହିତାଦେଶ ଉଠି ଯାଇଥିଲା। ଏ ନେଇ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯାଜପୁର ଜିଲାପାଳଙ୍କ ଚିଠି ନଂ. ୩୨୬/୬।୩।୨୦ରେ ଫଳାଫଳ ଘୋଷଣା ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାର୍ଚ୍ଚ ୧୮କୁ ଫଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ଦିନରେ ସରପଞ୍ଚଙ୍କ ବିରୋଧୀମାନେ ଫଳ ତାଙ୍କ ସପକ୍ଷରେ ଯିବା ନେଇ ନିଶ୍ଚିତ ହୋଇଯାଇଥିଲେ। ଫଳ ବି ତାଙ୍କ ସପକ୍ଷରେ ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏ ନେଇ ଲିଖିତ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଫଳାଫଳ ଫର୍ଦ୍ଦରେ ସରପଞ୍ଚ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟ ଦସ୍ତଖତ କରିବା ପରେ ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତି ହୋଇଥିବାରୁ ପଞ୍ଚାୟତର ଜନପ୍ରତିନିଧିମାନେ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି। କୋର୍ଟର କୌଣସି ଲିଖିତ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ରୋକାଯାଇ ପାରିବ ନାହିଁ ବୋଲି ବିରୋଧୀ ଯୁକ୍ତି ରଖିବା ସହ ଏ ନେଇ ଉପଜିଲାପାଳ ଧଳଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏ ଦିଗରେ ଉପଜିଲାପାଳ ଧଳଙ୍କୁ ପଚାରିବାରୁ, ଫଳାଫଳ ପ୍ରକାଶ ପାଇପାରି ନାହିଁ। ଏହାକୁ ଆସନ୍ତା ୨୦ତାରିଖକୁ ସ୍ଥଗିତ ରଖାଯାଇଛି। ଏ ନେଇ ଷ୍ଟାଣ୍ଡିଂ କାଉନ୍ସିଲରୁ ଟେଲିଫୋନରେ ବାର୍ତ୍ତା ଆସିଥିଲା। ଫଳାଫଳ ପ୍ରକାଶନ ପାଇଁ ୨ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri