ରାଉତରାପୁର ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ମାମଲା: ଫଳାଫଳ ଘୋଷଣା ୨୦କୁ ସ୍ଥଗିତ

ରସୁଲପୁର,୧୯।୩(ଡିଏନଏ): ରସୁଲପୁର ବ୍ଲକ ରାଉତରାପୁର ସରପଞ୍ଚ ରେଣୁ ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମାମଲା ରୋଚକ ମୋଡ଼ ନେଇଛି। ଫଳାଫଳ ଘୋଷଣା ପାଇଁ ବୁଧବାରକୁ ଧାର୍ଯ୍ୟ କରାଯାଇଥିଲା। ମାତ୍ର ତାହା ସମ୍ଭବପର ହୋଇପାରି ନାହିଁ। ଯାଜପୁର ଜିଲାପାଳଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ଦ୍ଦେଶ ମୁତାବକ ନିର୍ବାଚନ ଅଧିକାରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଫଳାଫଳ ବନ୍ଦ ଥିବା ଜଉମୁଦ ଲଫାଫା ଖୋଲିବା ପରେ ଫଳାଫଳ ଜଣାପଡିଥିଲା। ସରପଞ୍ଚଙ୍କ ବିରୋଧରେ ୧୧ଟି ଭୋଟ ଯାଇଥିବାବେଳେ ବିପକ୍ଷରେ ୩ଟି ଭୋଟ ଯାଇଛି ବୋଲି ନାଏବ ସରପଞ୍ଚ କୈଳାସ ସାହୁ ସୂଚନା ଦେଇଛନ୍ତି। ଏସବୁ ପରେ କୋର୍ଟରୁ ଆସିଥିବା ବାର୍ତ୍ତା ଆଧାରରେ ଫଳକୁ ବିଧିବଦ୍ଧଭାବେ ଘୋଷଣା ହୋଇପାରି ନାହିଁ। ଏହି ଘୋଷଣାକୁ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଛି।
ପ୍ରକାଶ ଯେ, ସରପଞ୍ଚଙ୍କ ବିରୋଧରେ ଯାଜପୁର ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏହାପରେ ଅନାସ୍ଥା ପାଇଁ ୩୦ ଅକ୍ଟୋବର,୨୦୧୯କୁ ଦିନଧାର୍ଯ୍ୟ ହୋଇଥିଲା। ଏହିଦିନ ଭୋଟ ଗ୍ରହଣ ହେବା ସହ ଗଣତି ମଧ୍ୟ କରାଯାଇଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ବଳରେ ଫଳାଫଳ ଘୋଷଣା କରାଯାଇ ନ ଥିଲା। ଏ ନେଇ ପ୍ରତିପକ୍ଷଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ରୁଜୁ ହୋଇଥିବା କେସ୍‌ ନଂ-୨୦୧୫୧/୨୦୧୯ରେ ପକ୍ଷ ରଖିବା ସହ ଫଳାଫଳ ଘୋଷଣା ଉପରୁ ରହିତାଦେଶ ଉଠି ଯାଇଥିଲା। ଏ ନେଇ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯାଜପୁର ଜିଲାପାଳଙ୍କ ଚିଠି ନଂ. ୩୨୬/୬।୩।୨୦ରେ ଫଳାଫଳ ଘୋଷଣା ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାର୍ଚ୍ଚ ୧୮କୁ ଫଳ ଘୋଷଣା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି ଦିନରେ ସରପଞ୍ଚଙ୍କ ବିରୋଧୀମାନେ ଫଳ ତାଙ୍କ ସପକ୍ଷରେ ଯିବା ନେଇ ନିଶ୍ଚିତ ହୋଇଯାଇଥିଲେ। ଫଳ ବି ତାଙ୍କ ସପକ୍ଷରେ ଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ଏ ନେଇ ଲିଖିତ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲା। ଫଳାଫଳ ଫର୍ଦ୍ଦରେ ସରପଞ୍ଚ, ନାଏବ ସରପଞ୍ଚ ଓ ସମସ୍ତ ୱାର୍ଡ ସଭ୍ୟାସଭ୍ୟ ଦସ୍ତଖତ କରିବା ପରେ ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତି ହୋଇଥିବାରୁ ପଞ୍ଚାୟତର ଜନପ୍ରତିନିଧିମାନେ ଏହାକୁ ସନ୍ଦେହ ଚକ୍ଷୁରେ ଦେଖିଛନ୍ତି। କୋର୍ଟର କୌଣସି ଲିଖିତ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ପ୍ରକାଶ ରୋକାଯାଇ ପାରିବ ନାହିଁ ବୋଲି ବିରୋଧୀ ଯୁକ୍ତି ରଖିବା ସହ ଏ ନେଇ ଉପଜିଲାପାଳ ଧଳଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏ ଦିଗରେ ଉପଜିଲାପାଳ ଧଳଙ୍କୁ ପଚାରିବାରୁ, ଫଳାଫଳ ପ୍ରକାଶ ପାଇପାରି ନାହିଁ। ଏହାକୁ ଆସନ୍ତା ୨୦ତାରିଖକୁ ସ୍ଥଗିତ ରଖାଯାଇଛି। ଏ ନେଇ ଷ୍ଟାଣ୍ଡିଂ କାଉନ୍ସିଲରୁ ଟେଲିଫୋନରେ ବାର୍ତ୍ତା ଆସିଥିଲା। ଫଳାଫଳ ପ୍ରକାଶନ ପାଇଁ ୨ଦିନ ପର୍ଯ୍ୟନ୍ତ ସମୟ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri