ରାଇବଣିଆରେ ହାତୀପଲଙ୍କ ଉତ୍ପାତ

ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି ହାତୀପଲ ଉପଦ୍ରବ ଚଳାଇଛନ୍ତି। ଅଦ୍ୟାବଧି ରଂଞ୍ଝା, ରଘୁନାଥପୁର, ଗୋରୁଡ଼ବାସୀ, ଘଡ଼ଘଡ଼ା, ସରାଳିବସା, ଧାନଘେରା, ଫୁଲଝରୀ, ଘାସିପଦା, କଣ୍ଡରାଡିହା, ସୁଖଯୋଡି, ରଙ୍ଗାମାଟିଆ, ଉପରତୋଟା, ଦୁଧିଆଶୋଳ, ବାଗବୁଡ଼ା, ଭୋଳଛକ ଆଦି ଗ୍ରାମରେ ହାତୀପଲ ଘରଗୁଡ଼ିକୁ ଭାଙ୍ଗିପକାଇଛନ୍ତି। ଫଳରେ ଲୋକମାନେ ଦୁର୍ଦ୍ଦିନରେ ବାସ କରୁଛନ୍ତି। ହାତୀପଲ ଗୁରୁବାର ରାତିରେ ଶ୍ୟାମନଗର ପଞ୍ଚାୟତରେ ୨୭ଟି ଘର ଭାଙ୍ଗି ଦେଇଛନ୍ତି। ସେହିପରି ପୂର୍ବରୁ କାଳିକ ପଞ୍ଚାୟତର ୨୪ଟି ଘର ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଅଳ୍ପ ସଂଖ୍ୟକ ବନକର୍ମଚାରୀ ଓ ହାତୀ ସୁରକ୍ଷା ବାହିନୀ ହାତୀ ଘଉଡାଇବା କାର୍ଯ୍ୟରେ ଲିପ୍ତ ଥିବାରୁ ଏହା ଫଳପ୍ରଦ ହୋଇପାରୁନାହିଁ। ଅନ୍ୟପକ୍ଷରେ ଲଗାତାର ବିଦ୍ୟୁତକାଟ୍‌ ଫଳରେ ରବି ଚାଷ କାର୍ଯ୍ୟ ବିଳମ୍ବ ହେବା ସହ ଅଞ୍ଚଳ ଅନ୍ଧାରରେ ଥିବାରୁ ହାତୀପଲ ଗାଁ ଭିତରେ ପ୍ରବେଶ କରି ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ଅଞ୍ଚଳବାସୀମାନେ ମଞ୍ଚାରେ ରାତ୍ରିଯାପନ କରୁଛନ୍ତି। ପ୍ରଶାସନ ପକ୍ଷରୁ ଉପଜିଲାପାଳ ନିଲୁ ମହାପାତ୍ର, ଏସିଏଫ୍‌ଓ ତପନ ପରିଡ଼ା, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ନେସ୍କୋ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ପ୍ରମୁଖ ଶୁକ୍ରବାର ଉକ୍ତ ଗ୍ରାମଗୁଡିକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷତିଗ୍ରସ୍ତମାନଙ୍କୁ ପଲିଥିନ୍‌ ବଣ୍ଟନ କରିଛନ୍ତି। ସ୍ଥାନୀୟ ସରପଞ୍ଚ ସସ୍ମିତା ପାତ୍ର, ସମିତିସଦସ୍ୟ ଲଛମନ ପାତ୍ର, ଚନ୍ଦନ ପାତ୍ର, ସୁରେଶ ମହନ୍ତ, ଗିରିଜା ଶାସମଲ, ସତ୍ୟ ଶାସମଲ, କାଳୀକ ସରପଞ୍ଚ ବିଜୟ ବେହେରା, ଓଲମରା ସମିତି ସଦସ୍ୟ ଉଦୟନାଥ ମୁର୍ମୁ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରି ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ହାତୀଦାଉରୁ ରକ୍ଷା ପାଇବାପାଇଁ ଲୋକେ ଗ୍ରାମଦେବତୀଙ୍କ ନିକଟରେ ସମୂହ ଜାହିରା ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।
ଏ ସମ୍ପର୍କରେ ନେସ୍କୋର ଏଜିଏମ୍‌ ବ୍ରଜସୁନ୍ଦର ପରିଡ଼ାଙ୍କୁ ପଚାରିବାରୁ ଆଜିଠାରୁ ବିଦ୍ୟୁତ୍‌ ସ୍ବାଭାବିକ ହେବ ବୋଲି କହିଛନ୍ତି। ଜିଲା ବନ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କ କହିବାନୁସାରେ ହାତୀଙ୍କୁ ଘଉଡ଼ାଇବା ପାଇଁ ଅଧିକ କର୍ମଚାରୀ ନିୟୋଜିତ ସହ କ୍ଷୟକ୍ଷତି ହୋଇଥିବା ଲୋକଙ୍କ ପାଇଁ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri