ରାଇକିଆରୁ ଯୁବତୀ ଚାଲାଣ: ଘରୋଇ ବସ୍‌ରୁ ୨ ନାବାଳିକା, ୮ ଯୁବତୀ ଉଦ୍ଧାର; ୨ ଦଲାଲ ଅଟକ

ରାଇକିଆ,୧୦।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଅଞ୍ଚଳରୁ ରାଜ୍ୟ ବାହାରକୁ ଯୁବତୀ ଓ ନାବାଳିକା ଚାଲାଣ ହେଉଥିବା ସନ୍ଦେହ କରି ରାଇକିଆ ପୋଲିସ ବୁଧବାର ଏକ ଘରୋଇ ବସ୍‌ ଉପରେ ଚଢ଼ାଉ କରିଥିଲା। ସେଠାରୁ ଦୁଇଜଣ ନାବାଳିକା ଓ ୮ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଦୁଇଜଣ ଦଲାଲଙ୍କୁ ମଧ୍ୟ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ବସ୍‌ଟି ସକାଳ ୭.୩୦ରେ ରାଇକିଆରୁ ବ୍ରହ୍ମପୁର ଯାଉଥିବା ବେଳେ ପୋଲିସ ଚଢ଼ାଉ କରିଥିଲା। ତେବେ ଉଦ୍ଧାର ନାବାଳିକା ଓ ଯୁବତୀ ଜି.ଉଦୟଗିରି, ରାଇକିଆ ଓ ସାରଙ୍ଗଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଏହାର ଅଧିକ ତଦନ୍ତ ରାଇକିଆ ପୋଲିସ କରୁଛି।

Share