Categories: ଜାତୀୟ

ର଼୍ୟାମ୍ପ୍‌ରେ ଚାଲିବେ କୁକୁର: ୪୦ ଦେଶୀ-ବିଦେଶୀ ପ୍ରଜାତି ହେବେ ସାମିଲ୍‌

ଜୟପୁର,୧୯।୧: ମଣିଷ ର଼୍ୟାମ୍ପ୍‌ରେ ଚାଲିବା ଜଣା ଅଛି ତେବେ କୁକୁର ଏପରି କରିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ରାଜସ୍ଥାନ ଜୟପୁରରେ ଏଭଳି ଏକ ନିଆରା ଶୋ ଆୟୋଜିତ ହେବାକୁ ଯାଉଛି। ସ୍ଥାନୀୟ ଦଶହରା ପଡ଼ିଆରେ ରାଜସ୍ଥାନ କେନଲ କ୍ଲବ୍‌ ପକ୍ଷରୁ ଏହା ଅନୁଷ୍ଠିତ ହେବ। ଚମ୍ପିୟନ ଟାଇଟଲ ପାଇଁ କୁକୁରମାନଙ୍କ ମଧ୍ୟରେ ଏହି ପ୍ରତିଯୋଗୀତା କରାଯାଉଥିବା ଶୋର ଆୟୋଜକ ବିରେନ୍‌ ଶର୍ମା ସୂଚନା ଦେଇଛନ୍ତି। ଏଥିରେ ୪୦ରୁ ୫୦ ଦେଶୀ-ବିଦେଶୀ ପ୍ରଜାତିର ପ୍ରାୟ ୫ ଶହ କୁକୁର ସାମିଲ୍‌ ହେବେ। ଶୋର ବିଚାରକ ମଣ୍ଡଳୀରେ ଦିଲ୍ଲୀର ଶରତ ଶର୍ମା ଏବଂ କାନପୁରର ରଣଜିତ୍‌ ସିଂ ମୁଞ୍ଜାଲା ରହିବେ ବୋଲି କୁହାଯାଉଛି।

Share