ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ କରିଥିଲେ। ‘ଭଲପାଏ ତୋତେ ୧୦୦ରୁ ୧୦୦’, ‘ଆଖି ଖୋଲିଲେ ତୁ ହି ତୁ’, ‘ଶକ୍ତି’, ‘କ୍ରିଷ୍ଣା’, ‘ସେଲ୍‌ଫିଶ୍‌ ଦିଲ୍‌’, ‘ମିଷ୍ଟର ମଜ୍‌ନୁ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଭଲପାଇବା ସାଉଁଟିଛନ୍ତି। ଏଥର ‘ଧରିତ୍ରୀ’ ଆଳାପରେ ସୁରମୟୀଙ୍କ ଅଭିନୟ ଯାତ୍ରା ସମ୍ପର୍କରେ…

ମଡେଲିଂରେ କିପରି ପାଦ ଥାପିଥିଲେ?
*ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍‌ ସ୍କୁଲରୁ ପଢ଼ା ସାରିବା ପରେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଭାଇଜାଗ୍‌ରେ କୋଚିଂ ନେଉଥିଲି। ସେଠାରେ ରହିବା ସମୟରେ ମିସ୍‌ ଭାଇଜାଗ୍‌ ପାଇଁ ବିୟୁଟି ପିଜାଣ୍ଟ ବିଷୟରେ ଜାଣିବାକୁ ପାଇଲି। ସେଥିରେ ଭାଗ ନେଇଥିଲି ଏବଂ ‘ମିସ୍‌ ଭାଇଜାଗ୍‌-୨୦୧୪’ର ଟାଇଟଲ ଜିତିଥିଲି। ତାହା ଜିତିବା ପରେ ତେଲୁଗୁ ଫିଲ୍ମ ପାଇଁ ମୋତେ ଅଫର ଆସିଥିଲା। କିନ୍ତୁ ତାକୁ ମୁଁ ଗ୍ରହଣ କରି ନ ଥିଲି। କାରଣ ମୁଁ ବହୁତ ଘରୋଇ ଏବଂ ଫିଲ୍ମ ଲାଇନ୍‌ରେ ଓଡ଼ିଶାରେ କିଛି କରିବା ପାଇଁ ଇଚ୍ଛା ଥିଲା।
ମଡେଲିଂରୁ ଫିଲ୍ମର ଯାତ୍ରା କିପରି ଥିଲା?
*ଓଡ଼ିଶାକୁ ଫେରିବା ପରେ ରିୟଲିଟି ଶୋ’ ‘ମୁଁ ବି ହେବି ହିରୋଇନ୍‌’ ସିଜିନ୍‌ ୨ରେ ମୁଁ ଭାଗ ନେଇଥିଲି। ସେଥିରେ ବିଜେତା ମଧ୍ୟ ହୋଇଥିଲି। ସେଠାରୁ ମୁଁ ବାବୁସାନଙ୍କ ସହିତ ପ୍ରଥମ ଫିଲ୍ମ ‘ଭଲପାଏ ତୋତେ ୧୦୦ରୁ ୧୦୦’ ପାଇଁ ଅଫର ପାଇଥିଲି।
ଫିଲ୍ମ ଶୁଟିଂର ପ୍ରଥମ ଦିନ କିପରି ଥିଲା?
*ହଜାର ହଜାର ଝିଅଙ୍କୁ କାଟି ‘ମୁଁ ବି ହେବି ହିରୋଇନ୍‌’ ସିଜିନ୍‌ ୨ର ବିଜେତା ହୋଇଥିବାରୁ ନିଜ ଉପରେ ଆତ୍ମବିଶ୍ୱାସ ଥିଲା। କିନ୍ତୁ ଶୁଟିଂର ପ୍ରଥମ ଦିନରେ ମୁଁ ବହୁତ ନର୍ଭସ ହୋଇଯାଇଥିଲି। କାରଣ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି ବାବୁସାନଙ୍କ ଭଳି ଜଣେ ଅଭିନେତାଙ୍କ ସହିତ କାମ କରୁଥିଲି। ତେବେ ଫିଲ୍ମର ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସମସ୍ତ କ୍ରିଉ ମେମ୍ବର ମୋତେ ବହୁତ ସହଯୋଗ କରିଥିଲେ।
କେଉଁ ଫିଲ୍ମରୁ ଆତ୍ମତୃପ୍ତି ମିଳିଛି?
*‘ମିଷ୍ଟର ମଜ୍‌ନୁ’। ପୂର୍ବରୁ ମୋତେ ଡ୍ୟାନ୍ସ ପାଇଁ ପ୍ରଶଂସା ମିଳିଥିଲା। ଯେହେତୁ ମୁଁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲି, ତେଣୁ ସେହି ପ୍ରଶଂସା ସେତେ ଅଧିକ ଖୁସି ଦେଇ ନ ଥିଲା। ତେବେ ‘ମିଷ୍ଟର ମଜ୍‌ନୁ’ ଫିଲ୍ମରେ ମୋତେ ମୋ ଅଭିନୟ ପାଇଁ ପ୍ରଶଂସା ମିଳିଥିଲା। ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତଙ୍କଠାରୁ ମୋତେ ଏହି ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ଯେତିକି କଷ୍ଟ କରିଥିଲି ସେତିକି ସଫଳତା ବି ପାଇଥିଲି।
ଶୁଟିଂ ସେଟ୍‌ର କିଛି ଅନୁଭୂତି ସମ୍ପର୍କରେ?
*‘ମିଷ୍ଟର ମଜ୍‌ନୁ’ ଫିଲ୍ମରେ ଏକ ଗୀତ ଜୟଦେବ ବାଟିକାରେ ଶୁଟିଂ ହୋଇଥିଲା। ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଶୁଟିଂ ଚାଲିଥିଲା। ତାହା ପୁଣି ପାଣି ଭିତରେ ଶୁଟିଂ ହୋଇଥିଲା। ଯେହେତୁ ସେ ଗୀତଟି ବହୁତ ଭଲ ଥିଲା ଏବଂ କୋରିଓଗ୍ରାଫି ଭଲ ଥିଲା, ତେଣୁ ଏତେ ସମୟ କିପରି ଚାଲିଯାଇଥିଲା ଜାଣିପାରିନଥିଲି। କିନ୍ତୁ ଦୁଇଦିନ ପରେ ମୋ ଦେହ ବହୁତ ଖରାପ ହୋଇଗଲା। ତେବେ ସ୍କ୍ରିନ୍‌ରେ ସେହି ଗୀତକୁ ଦେଖିବା ପରେ ମୋ କଷ୍ଟ ଦୂରେଇ ଯାଇଥିଲା।
ଭବିଷ୍ୟତରେ କେଉଁ କୋ-ଷ୍ଟାର ସହିତ କାମ କରିବାର ଲକ୍ଷ୍ୟ ରଖିଛନ୍ତି ?
*ଅନୁଭବ ମହାନ୍ତି। ମୁଁ ତାଙ୍କର ବହୁତ ବଡ଼ ଫ୍ୟାନ୍‌। ଯଦି କେବେ ସୁଯୋଗ ଆସିବ ତେବେ ନିଶ୍ଚିତ ଭାବେ କରିବି।
କେଉଁଭଳି ଫିଲ୍ମ ଓ ଚରିତ୍ରରେ ଅଭିନୟ କରିବାକୁ ଚାହାନ୍ତି ?
*କଣ୍ଟେଣ୍ଟ ଓରିଏଣ୍ଟେଡ୍‌ ଫିଲ୍ମ। ଯେଉଁ ଫିଲ୍ମରେ ନିଜ ଉପରେ ଏକ୍ସପରିମେଣ୍ଟ କରିହେବ। ଯେଉଁ ଚରିତ୍ରରେ ଅଭିନୟ କରିବାକୁ ଭୟ ଲାଗୁଥିବ ସେହି ଚରିତ୍ରରେ ଅଭିନୟ କରିବା ପାଇଁ ମୋର ଇଚ୍ଛା ରହିଛି।
ଆଗକୁ ପ୍ରୋଜେକ୍ଟ କ’ଣ ରହିଛି ?
*ଏବେ ଅଫର ବହୁତ ଆସୁଛି। କିନ୍ତୁ ସେହିଭଳି ଗୋଟେ ପ୍ରୋଜେକ୍ଟକୁ ଅପେକ୍ଷା କରିଛି, ଯେଉଁଟା ମୋତେ ଲାଗିବ ଯେ ମୁଁ ସେଥିରେ ନିଜକୁ ଏକ୍ସପରିମେଣ୍ଟ କରିପାରିବି।
ଭବିଷ୍ୟତରେ ମଡେଲିଂ ନା ଫିଲ୍ମ, କେଉଁଟା ଜାରି ରହିବ?
*ଏବେ ମୁଁ ଆଡ୍‌, ଜୁଏଲେରି ପାଇଁ ଶୁଟ୍‌ କରୁଛି। ଫ୍ୟାଶନ ଶୋ’କୁ ଡକାଗଲେ ମଧ୍ୟ ଯାଉଛି। ର଼୍ୟାମ୍ପରେ ଚାଲିଲେ ଆତ୍ମବିଶ୍ୱାସ ବଢ଼ୁଛି। ମଡେଲିଂ କରୁଥିବି। ତେବେ ଭବିଷ୍ୟତରେ ମଡେଲିଂ ରହୁ କି ଶୋ’ ରହୁ ଫିଲ୍ମ ରହିବ।
ରିଲ୍‌ ଓ ରିୟଲ ସୁରମୟୀ ଭିତରେ କ’ଣ ପାର୍ଥକ୍ୟ ?
*ରିଲ୍‌ରେ ମୁଁ ଯାହା ରିୟଲରେ ପୂରା ଓଲଟା। ଅଧିକ କଥାବାର୍ତ୍ତା କରିବାକୁ ଭଲଲାଗେ ନାହିଁ। ସମୟ ନଷ୍ଟ କରିବାକୁ ପସନ୍ଦ କରେନି।
କ’ଣ ଖାଇବାକୁ ପସନ୍ଦ କରନ୍ତି?
*ମୁଁ ବହୁତ ଫୁଡି। ସବୁ ପ୍ରକାର ଖାଦ୍ୟ ଖାଏ। ସି’ ଫୁଡ୍‌ ଖାଇବାକୁ ଅଧିକ ପସନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri