Categories: ଖେଳ

ର଼୍ୟାକେଟ ବାଡ଼େଇ ଭାଙ୍ଗିଲେ ଟେନିସ ଖେଳାଳି

ସିନସିନାଟି,୧୫।୮(ଏଏଫ୍‌ପି)- ଟେନିସ କୋର୍ଟରେ କ୍ୱଚିତ ଖେଳାଳିମାନଙ୍କ ନିରାଶା ଦେଖିବାକୁ ମିଳେ। କୌଣସି ମ୍ୟାଚ୍‌ରେ ପରାସ୍ତ ହୋଇଥିବା ଖେଳାଳି ଦର୍ଶକଙ୍କୁ ଗାଳି ଦେବା ସହ ସେମାନଙ୍କ ଉପରକୁ ର଼୍ୟାକେଟ ଫିଙ୍ଗିବାର ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଚଳିତ ସିନସିନାଟି ମାଷ୍ଟର୍ସ ଟୁର୍ନାମେଣ୍ଟରେ ଘଟିଛି। ଅଷ୍ଟ୍ରେଲିଆର ପ୍ରତିଭାସମ୍ପନ୍ନ ଖେଳାଳି ନିକି କିର୍ଗିଅସ ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡର ଏକ ମୁକାବିଲାରେ ୭-୬(୭/୩), ୬-୭ (୪/୭), ୨-୬ ସେଟ୍‌ରେ ରୁଷିଆର କରନ ଖାଚାନୋଭଙ୍କଠାରୁ ହାରିଯାଇଥିଲେ। ମ୍ୟାଚ୍‌ର ଦ୍ୱିତୀୟ ସେଟ୍‌ ହାରିବା ପରେ କିର୍ଗିଅସ ହଠାତ୍‌ ଗାଧୋଇବାକୁ ଯାଉଥିବା କହିଥିଲେ। ମାତ୍ର ଏଥିନେଇ ସମୟ ନ ଥିବା ଅମ୍ପାୟର ଫଗର୍‌ସ ମର୍ଫି ଚେତାଇଥିଲେ। ହେଲେ ଅଷ୍ଟ୍ରେଲିଆ ଖେଳାଳି ଦୁଇଟି ର଼୍ୟାକେଟ ଧରି ଭିତରକୁ ଚାଲି ଯାଇଥିଲେ। ଉକ୍ତ ଦୁଇ ର଼୍ୟାକେଟକୁ ଭାଙ୍ଗିବା ସହ ଦର୍ଶକଙ୍କ ଉପରକୁ ଜୋତା ଫିଙ୍ଗି ଥିଲେ। ତେବେ ଏଭଳି ଘଟଣା ଅଷ୍ଟ୍ରେଲିଆନ୍‌ଙ୍କ ଲାଗି ପ୍ରଥମ ନୁହେଁ। ତିନି ମାସ ପୂର୍ବେ ଏକ ମ୍ୟାଚ୍‌ରେ ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ କୋର୍ଟ ମଧ୍ୟକୁ ଚେୟାର ଫିଙ୍ଗିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୭ତମ ସ୍ଥାନରେ ଥିବା କିର୍ଗିଅସ ଦୁଇ ସପ୍ତାହ ତଳେ କ୍ୟାରିୟରର ୬ଷ୍ଠ ଏଟିପି ଟାଇଟଲ ଜିତିଥିଲେ।

Share