Posted inଖେଳ

‘ରହସ୍ୟମୟ’ ସ୍ପିନର ମେଣ୍ଡିସଙ୍କ ଅବସର

କଲମ୍ବୋ, ୨୯।୮- ନିଜର ସ୍ପିନ ବୋଲିଂର ବିବିଧିତା ଲାଗି ଏକଦା ବିଶ୍ୱ କ୍ରିକେଟରେ ଚହଳ ସୃଷ୍ଟି କରିଥିବା ରହସ୍ୟମୟ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ବୁଧବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୪ ବର୍ଷୀୟ ମେଣ୍ଡିସ ଗତ ୪ ବର୍ଷ ହେଲା ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିନାହାନ୍ତି। ଶେଷଥର ପାଇଁ ସେ ୨୦୧୫ରେ ଖ୍ରୀଷ୍ଟଚର୍ଚ୍ଚରେ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତିମ ମ୍ୟାଚ୍‌ ଖେଳିଥିଲେ। ୧୧ ବର୍ଷର କ୍ୟାରିୟରରେ ମେଣ୍ଡିସ ୧୯ ଟେଷ୍ଟ, ୮୭ ଦିନିକିଆ ଓ ୩୯ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୭୦, ୧୫୨ ଓ ୬୬ ଉଇକେଟ୍‌ ଅକ୍ତିଆର କରିଛନ୍ତି। ମୋଟ୍‌ ଉପରେ ସେ ୧୪୫ ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ୨୮୮ ଉଇକେଟ୍‌ ନେଇଛନ୍ତି। ଦିନିକିଆ କ୍ରିକେଟ୍‌ ଦ୍ରୁତତ୍ତମ ୫୦ ଉଇକେଟ୍‌ ତାଙ୍କ ନାମରେ ରହିଛି। ମାତ୍ର ୧୯ ମ୍ୟାଚ୍‌ରୁ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଥିଲେ। ସେହିଭଳି ବିଶ୍ୱର ଏକମାତ୍ର ବୋଲର ଭାବେ ଟି୨୦ କ୍ରିକେଟ୍‌ରେ ମେଣ୍ଡିସ ଦୁଇଥର ୬ ଉଇକେଟ୍‌ ସଫଳତା ଅର୍ଜନ କରିଛନ୍ତି।
ପ୍ରାରମ୍ଭରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଏହି ଡାହାଣହାତୀ ଶ୍ରୀଲଙ୍କା ସ୍ପିନରଙ୍କୁ ‘କ୍ୟାରମ ବଲ୍‌’ ର ଜନକ ବୋଲି କୁହାଯାଏ। ୨୦୦୮ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ମେଣ୍ଡିସ ପଦାର୍ପଣ କରି ବେଶ୍‌ ସଫଳତା ପାଇଥିଲେ। ଦୃଢ଼ ବ୍ୟାଟିଂ ଲାଇନ୍‌ଅପ୍‌ ପାଇଁ ସେହି ସମୟରେ ପରିଚିତ ଲାଭ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଖାଇ ସେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ମୋଟ୍‌ ୨୮ ଉଇକେଟ୍‌ ଅକ୍ତିଆର କରିଥିଲେ। ରାହୁଲ ଡ୍ରାଭିଡ୍‌, ଭିଭିଏସ୍‌ ଲକ୍ଷ୍ମଣ, ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ପରି ବ୍ୟାଟ୍ସମ୍ୟାନ ମେଣ୍ଡିସଙ୍କ ସ୍ପିନ ବିବିଧତାକୁ ଖେଳିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଏପରିକି ଗୋଟିଏ ଓଭରରେ ସେ ୬ ପ୍ରକାରର ବଲ୍‌ ପକାଇ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ। ୨୦୦୮ ଏସିଆ କପ୍‌ ଫାଇନାଲରେ ଭାରତ ବିପକ୍ଷରେ ସେ ୧୩ ରନ ବ୍ୟୟରେ ୬ ଉଇକେଟ୍‌ ହାସଲ କରି ଶ୍ରୀଲଙ୍କାକୁ ଚାମ୍ପିୟନ କରାଇବାରେ ନାୟକ ସାଜିଥିଲେ। ମେଣ୍ଡିସଙ୍କ ଏହି ମାରାତ୍ମକ ସ୍ପେଲ୍‌ ଆଜିବି କ୍ରିକେଟ୍‌ପ୍ରେମୀଙ୍କ ମନରେ ଉଜ୍ଜୀବିତ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri