Categories: ଫୁରସତ

ରହସ୍ୟମୟ ସ୍ଥାନ, ଯେଉଁଠି ସମସ୍ତ ଘଟଣା ଘଟେ ବିପରୀତ

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ। ପୃଥିବୀରେ ଥିବା ସୁନ୍ଦର ସ୍ଥାନକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟକ ଲୋକ ପରିଦର୍ଶନରେ ଯାଇଥାନ୍ତି। ଅନ୍ୟପକ୍ଷରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି, ଯେଉଁଠାରେ ଲୋକମାନେ ବୁଲିଯିବା ପାଇଁ ସାହସ କରନ୍ତି ନାହିଁ। ଭୟ କରିଥାନ୍ତି। ଏହି ସ୍ଥାନଗୁଡ଼ିକ ଏତେ ଭୟାନକ ତଥା ବିପଜ୍ଜନକ ଯେ କୌଣସି ବ୍ୟକ୍ତି ଏଠାରେ କିଛି କ୍ଷଣ ମଧ୍ୟରେ ମରିଯାଇପାରନ୍ତି।

ଏପରି ଏକ ରହସ୍ୟମୟ ସ୍ଥାନ ହେଉଛି ଲଦାଖରେ ଅବସ୍ଥିତ ଚୁମ୍ବକୀୟ ହିଲ୍‌। ଏଠାରେ ମାଧ୍ୟାକର୍ଷଣର ସମସ୍ତ ନିୟମ ବିପରୀତ ଦିଗରେ କାମ କରିଥାଏ। ଏଠାରେ ଯଦି କାର୍‌କୁ ପାର୍କିଂ କରିବ ତେବେ ଏହା ସ୍ବୟଂଚାଳିତ ଭାବରେ ଉଚ୍ଚକୁ ଷ୍ଟାର୍ଟ ହେବ। ବୈଜ୍ଞାନିକମାନେ କହିଛନ୍ତି, ଏହା ପର୍ବତଗୁଡିକର ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ହେତୁ ହୋଇଥାଏ। ଏଥିସହିତ, ଅନ୍ୟ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଏହା ଅପ୍ଟିକାଲ ଭ୍ରମ କାରଣରୁ ହୋଇଥାଏ। ବାସ୍ତବରେ ରାସ୍ତା ତଳକୁ ଯାଉଛି କିନ୍ତୁ ଦ୍ୱନ୍ଦ୍ୱରେ ସେ ଆମକୁ ଉପରକୁ ଯାଉଥିବା ପରି ଦୃଶ୍ୟମାନ ହୋଇଥାଏ। ତଥାପି ଏହି ରହସ୍ୟ ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ।

Share