Categories: ଫୁରସତ

ରହସ୍ୟମୟ ସ୍ଥାନ : ଏଠାକୁ ଆସିଥା’ନ୍ତି ପ୍ରେତଲୋକ

ଆତ୍ମା ଏବଂ ପ୍ରେତାତ୍ମା ସହିତ ଜଡ଼ିତ କିଛି କାହାଣୀ ନିଶ୍ଚିତ ପରିବାରର ବଡ଼ ସଦସ୍ୟମାନଙ୍କଠାରୁ ଶୁଣିଥିବେ। ଏହି କଥାକୁ କିଛି ଲୋକ ବିଶ୍ୱାସ କରୁଥିବାବେଳେ ଆଉ କେହି ଅନ୍ଧବିଶ୍ୱାସ ବୋଲି କହିଥାନ୍ତି। ମଣିଷର ମୃତ୍ୟୁଘଟିଲେ ସେ ପରଲୋକ ଗମନ କରିଥାଏ । ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପରିବାର ଲୋକେ ଘରେ ଶ୍ରାଦ୍ଧ ବା ପିଣ୍ଡଦାନ କରିଥାନ୍ତି। କୁହାଯାଏ, ପିଣ୍ଡଦାନ କଲେ ପିତୃଲୋକ ସ୍ବର୍ଗରୁ ପୃଥିବୀ ପୃଷ୍ଠକୁ ଆସିଥାନ୍ତି। ଏମିତି ଏକ ସ୍ଥାନ ଅଛି, ଯେଉଁଠିକି ପିତୃଲୋକଙ୍କ ଆଗମନ ହୋଇଥାଏ। ଏହି ସ୍ଥାନ ରହିଛି ବିହାରର ଗୟାଧାମରେ। ରହସ୍ୟମୟୀ ସ୍ଥାନଟି ‘ପ୍ରେତାଶିଳା’ ନାମରେ ମଧ୍ୟ ପରିଚିତ। ଏହା ଉପରେ ପିଣ୍ଡଦାନ କଲେ ପ୍ରେତାତ୍ମାଙ୍କୁ ମୁକ୍ତି ତଥା ଶାନ୍ତି ମିଳିଥାଏ।

ଗରୁଡ଼ ପୁରାଣ ଅନୁସାରେ ଏହି ପଥର ଚଟାଣକୁ ପିତୃଲୋକମାନେ ଆସିଥାନ୍ତି। ପିଣ୍ଡଦାନ ଗ୍ରହଣ କରି ପୁଣି ସ୍ବର୍ଗକୁ ଫେରିଯାଇଥାନ୍ତି। ଭଗବାନ ବିଷ୍ଣୁଙ୍କ ଭକ୍ତ ଗୟାସୁରଙ୍କ ନାମରେ ଏହି ସ୍ଥାନର ଏପରି ନାମକରଣ କରାଯାଇଛି। ଗୟାସୁର ନିଜେ ବିଷ୍ଣୁଙ୍କ ଏହି ବର ମାଗିଥିଲେ ଯେ, କିପରି ମୃତ୍ୟୁଲୋକଙ୍କୁ ପ୍ରାପ୍ତ କରିବେ। ଆଉ ଏଠାରେ ସେମାନଙ୍କର ପିଣ୍ଡଦାନ ହେବା ସହ ଆତ୍ମାକୁ ମୁକ୍ତି ମିଳିବ।

Share