Posted inଫୁରସତ

ରସୁଣ ବଡ଼ କଷଣ

ଖାଦ୍ୟ ପ୍ରକ୍ରିୟାର ଏକ ଅଂଶ। ଏହାର ମଧ୍ୟ ସ୍ବାସ୍ଥ୍ୟ ଅନୁକୂଳ ଗୁଣ ରହିଛି। ତରକାରିରେ ରସୁଣକୁ ମସଲା ଭାବରେ ବ୍ୟବହାର କରାଯାଇଥାଏ। ହେଲେ ଏମିତି ଗୋଟିଏ ମାନସିକ ରୋଗ ଅଛି ଯାହା ଘଟିଲେ ରସୁଣ ଯମ ସହିତ ସମାନ ହୋଇଯାଏ। ରସୁଣ ନଁା ଶୁଣିଲେ ମନରେ ଛନକା ପଶିଯାଏ। ସେହି ମାନସିକ ରୋଗର ନାମ ହେଉଛି ‘ଆଲିମଫୋବିଆ’। ଏହା ଏକ ପ୍ରକାର ଫୋବିଆ ବା ମାନସିକ ଡର। ଏହି ଫୋବିଆର ଶିକାର ହୋଇଥିବା ଲୋକମାନଙ୍କ ପାଇଁ ରସୁଣ ବଡ଼ କଷଣ ସାବ୍ୟସ୍ତ ହୋଇଥାଏ। ସେମାନେ ରସୁଣ ନଁା ଶୁଣିଲେ ଡରରେ ଥରି ଉଠନ୍ତି। ସେମାନେ ରସୁଣ ଖାଆନ୍ତି ନାହିଁ। ବାସ୍ତବରେ ଖାଇପାରନ୍ତି ନାହିଁ। ରସୁଣ ଦେଖିବା ମାତ୍ରେ ସେମାନଙ୍କର ହୃତ୍‌ସ୍ପନ୍ଦନ ବଢ଼ିଯାଏ। ନିଃଶ୍ୱାସ ଖର ହୋଇଉଠେ। ଏମିତିକି ରସୁଣର ବାସ୍ନାକୁ ସହିବା ତାଙ୍କ ଦ୍ୱାରା ସମ୍ଭବ ହୁଏନାହିଁ। କେତେକ ମଧ୍ୟ ନାକରେ ରସୁଣ ବାସ୍ନା ବାଜିବା ମାତ୍ରେ ବାନ୍ତି କରିବାରେ ଲାଗନ୍ତି। ମୁଖ୍ୟତଃ ମନର ବିକାର ଓ ବ୍ୟାକୁଳତାକୁ ଏହାର କାରଣ ଭାବରେ ନିଆଯାଇଥାଏ। ଏହା ବ୍ୟତୀତ ବଂଶଗତ ଭାବରେ ଏବଂ ପରିବେଶ ପାଇଁ ମଧ୍ୟ ଏଭଳି ବିଲକ୍ଷଣ ଦେଖିବାକୁ ମିଳିଥାଏ। ଗବେଷଣାରୁ ଜଣାଯାଇଛି ଯେ, କେବଳ ମଣିଷ ନୁହନ୍ତି, ଭାମ୍ପାୟାର ଏବଂ ମଶା ଆଦି ମଣିଷୋତ୍ତର ପ୍ରାଣୀଙ୍କଠାରେ ବି ଏହି ଫୋବିଆ ସୃଷ୍ଟି ହୋଇଥାଏ। ସେଥିପାଇଁ ସମ୍ଭବତଃ ମଶା ଘଉଡ଼େଇବା ପାଇଁ ରସୁଣ ଧୂଅଁା ଦିଆଯାଇଥାଏ। ଏହି ଫୋବିଆକୁ ନେଇ ଅନେକ ସାହିତ୍ୟ ମଧ୍ୟ ସୃଷ୍ଟି ହୋଇଛି। ସେଥିମଧ୍ୟରୁ ଗୋଟିଏ ହେଉଛି ବ୍ରାମ୍‌ ଷ୍ଟୋକରଙ୍କ ରଚିତ ଗୋଇନ୍ଦା ଉପନ୍ୟାସ ‘ଡ୍ରାକୁଲା’। ଏହା ହେଉଛି ଏକ ବିଶ୍ୱପ୍ରସିଦ୍ଧ ଗୋଇନ୍ଦା ବା ଡିଟେକ୍ଟିଭ୍‌ ଉପନ୍ୟାସ। ଏଥିରେ ସଇତାନକୁ ଘଉଡ଼େଇବା ପାଇଁ ରସୁଣର ପ୍ରୟୋଗ କରାଯାଉଛି। ତେବେ ଏହା ଏକ ହାନିକାରକ ଫୋବିଆ ନୁହେଁ। ଜଣେ ଇଚ୍ଛାକଲେ ଏହା କବଳରୁ ମୁକ୍ତ ହୋଇପାରିବ ବୋଲି ବିଶେଷଜ୍ଞଙ୍କ ମତ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri