Posted inଖେଳ

ରଶିଦ ଆଫଗାନିସ୍ତାନ କ୍ରିକେଟ ଦଳର ନୂଆ ଅଧିନାୟକ

କାବୁଲ, ୧୨ା୭ (ପି.ଟି.): ଷ୍ଟାର ସ୍ପିନର ରଶିଦ ଖାଁଙ୍କୁ ଶୁକ୍ରବାର ଆଫଗାନିସ୍ତାନ କ୍ରିକେଟ ଦଳର ସମସ୍ତ ଫର୍ମାଟ ପାଇଁ ନୂଆ ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ବିଶ୍ୱକପ୍‌ ପୂର୍ବରୁ ଅଧିନାୟକ ପଦବୀରୁ ବହିଷ୍କୃତ ହୋଇଥିବା ଅସଘର ଆଫଗାନଙ୍କୁ ତାଙ୍କ ଡେପୁଟି କରାଯାଇଛି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ବିଶ୍ୱକପ୍‌ ପୂର୍ବରୁ ତିନୋଟି ଫର୍ମାଟ ପାଇଁ ପୃଥକ୍‌ ପୃଥକ୍‌ ଅଧିନାୟକ ମନୋନୀତ କରିଥିଲା। ରହମତ୍‌ ଶାହଙ୍କୁ ଟେଷ୍ଟ, ଗୁଲ୍‌ବଦିନ ନାଇବ୍‌ଙ୍କୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ରଶିଦଙ୍କୁ ଟି୨୦ ଅଧିନାୟକ ଭାବେ ମନୋନୀତ କରିଥିଲା। ମାତ୍ର ଏହା କାର୍ଯ୍ୟାକାରୀ ହୋଇପାରିଲା ନାହିଁ। ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ଭଳି ଦଳକୁ ହରାଇବା ଭଳି ପରିସ୍ଥିତି ସୃଷ୍ଟି କରିଥିବା ଅଫଗାନିସ୍ତାନ ୭ଟି ଗେମ୍‌ରୁ ଗୋଟିଏ ହେଲେ ଜିତିପାରି ନ ଥିଲା। ୧୦ଟି ଦଳକୁ ନେଇ ପଏଣ୍ଟ ଟେବୁଲରେ ଅନ୍ତିମ ସ୍ଥାନ ସହ ଅଭିଯାନ ଶେଷ କରିଥିଲା। ସୂଚନାଯୋଗ୍ୟ, ଷ୍ଟାର ଅସଘର ଏବଂ ୨୦ ବର୍ଷୀୟ ରଶିଦ ଏବଂ ପୁରୁଖା ଖେଳାଳି ମହମ୍ମଦ ନବି ଦୁଇ ଆଇପିଏଲ ଖେଳାଳି ବିଶ୍ୱକପ୍‌ ପୂର୍ବରୁ ଅସଘରଙ୍କ ବହିଷ୍କାର ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ରଶିଦ ଏପର୍ଯ୍ୟନ୍ତ ଦୁଇଟି ଟେଷ୍ଟ, ୬୮ ଅନ୍ତର୍ଜାତୀୟ ଦିନିକିଆ ଏବଂ ୩୮ ଟି୨୦ ଖେଳିସାରିଛନ୍ତି। ୟୁନାଇଟେଡ୍‌ କିଙ୍ଗଡମ୍‌ (ୟୁକେ)ରେ ଦଳର ବିଜୟହୀନ ଅଭିଯାନ ପାଇଁ ମୁଖ୍ୟ ଚୟନକର୍ତ୍ତା ଦୌଲତ ଖାଁ ଅହମ୍ମଦଜାଇ ଏବଂ ସିଓଇ ଅସାଦୁଲ୍ଲା ଖାଁ ବହିଷ୍କୃତ ହୋଇଛନ୍ତି। ପୂର୍ବତନ ଏସିବି ମିଡିଆ ମ୍ୟାନେଜର ଲୁତ୍‌ଫୁଲ୍ଲା ଷ୍ଟାନିକ୍‌ଜାଇଙ୍କୁ ନୂଆ ସିଇଓ ଭାବେ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri