ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ : ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ

ଭୁବନେଶ୍ୱର,୨।୮(ବ୍ୟୁରୋ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଷୟରେ ୟୁଜି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ଗୁରୁବାର ପ୍ରକାଶ ପାଇଛି। ବିଜ୍ଞାନରେ ପଦାର୍ଥ ବିଜ୍ଞାନ ଅନର୍ସ ପାଇଁ କଟ୍‌ ଅଫ୍‌ ମାର୍କ ୮୪.୫% ଥିବାବେଳେ ରସାୟନ ବିଜ୍ଞାନରେ ୮୩.୩୩% ରହିଛି। ଉଦ୍ଭିଦ ବିଜ୍ଞାନରେ ୮୨.୫, ପ୍ରାଣୀ ବିଜ୍ଞାନରେ ୮୫%, କମ୍ପ୍ୟୁଟର ସାଇନ୍ସରେ ୭୭.୮୩%, ବାୟୋଟେକ୍ନାଲୋଜିରେ ୮୧.୫%, ଗଣିତରେ ୮୧.୬୭%, ଷ୍ଟାଟିଷ୍ଟିକ୍ସରେ ୭୬.୩୩% କଟ୍‌ ଅଫ୍‌ ମାର୍କ ରହିଛି। ସେହିପରି ବାଣିଜ୍ୟରେ ୭୫.୧୭% ରହିଛି। କଳାରେ ଅର୍ଥନୀତିରେ ୭୬%, ଇଂଲିଶରେ ୭୬.୫%, ରାଜନୀତି ବିଜ୍ଞାନରେ ୭୨.୬୭%, ଓଡ଼ିଆରେ ୬୭.୩୩%, ସାଇକୋଲୋଜିରେ ୭୨.୬%, ସୋସିଓଲୋଜିରେ ୭୩.୮୩%, ଫିଲୋସୋପିରେ ୬୩.୫%, ହୋମ୍‌ ସାଇନ୍ସରେ ୬୦.୩୩%, ହିନ୍ଦୀରେ ୬୪%, ଇତିହାସରେ ୬୬.୧୭%, ସଂସ୍କୃତରେ ୫୭.୮୩%, ଷ୍ଟାଟିଷ୍ଟିକ୍ସରେ ୫୬.୩୩%, ଗଣିତରେ ୭୦% କଟ୍‌ ଅଫ୍‌ ରହିଛି। ୬ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ବିଜ୍ଞାନ, ୭ତାରିଖରେ କଳା (ସାଧାରଣ), ବାଣିଜ୍ୟ ଏବଂ କଳା (ଅନ୍ୟ ବିଷୟ) ପାଇଁ ମନୋନୀତ ହୋଇଥିବା ଛାତ୍ରୀଛାତ୍ର ୮ତାରିଖରେ ନାମ ଲେଖାଇବେ। ଉକ୍ତ ଦିନଗୁଡ଼ିକରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ।