Categories: ଜାତୀୟ

ରମଜାନ୍‌ରେ ସେହରୀ ଏବଂ ଇଫତାର ସମୟ ଜଣାଇବା ପାଇଁ ରାୟସେନ୍‌ରେ ଫୁଟୁଛି ତୋପ

ଭୋପାଳ, ୨୭।୫: ମଧ୍ୟପ୍ରଦେଶ ରାୟସେନ ଦୁର୍ଗରେ ଏବେ ରମଜାନ୍‌ ମାସରେ ପ୍ରତିଦିନ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ତୋପ ଫୁଟୁଛି। ସ୍ଥାନୀୟ ରାୟସେନ୍‌ ଦୁର୍ଗରେ ୨ ଶହ ବର୍ଷ ଧରି ଏହି ପରମ୍ପରା ଏପର୍ଯ୍ୟନ୍ତ ପାଳିତ ହେଉଛି। ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ରୋଜା ରଖିବା ଏବଂ ରୋଜା ଖୋଲିବା ସମୟ ଜଣାଇବା ପାଇଁ ଏଭଳି କରାଯାଉଛି। ଏହା ସହିତ ଯୋଡ଼ି ନାଗରା ମଧ୍ୟ ଭୋର୍‌ ଏବଂ ସନ୍ଧ୍ୟା ସମୟରେ ବଜା ଯାଉଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଠାରେ ବାସ କରୁଥିବା ଏକ ବଂଶକାର ପରିବାର ଏହି ପରମ୍ପରା ପିଢ଼ି ପରେ ପିଢ଼ି ପାଳନ କରୁଛନ୍ତି। ଥରେ ତୋପ ଫୁଟାଇବା ପାଇଁ ଶହେରୁ ଦେଢ଼ ଶହ ଗ୍ରାମ୍‌ ବାରୁଦ ବ୍ୟବହୃତ ହେଉଥିବା କୁହାଯାଉଛି। ସ୍ଥାନୀୟ ମସଜିଦ୍‌ରେ ଲାଲ୍‌ ବଲବ୍‌ ଜଳାଯାଇ ସଙ୍କେତ ମିଳିଲେ ଦୁର୍ଗରେ ତୋପ ଫୁଟିବା ସହିତ ନାଗରା ବଜା ଯାଇଥାଏ।

Share