ରମଜାନ୍‌ରେ ରୋଜା ପରେ ଇଫତାର୍‌ରେ ମିଳୁନି ଗ୍ଲାସେ ମିଶ୍ରି ସର୍ବତ: ପାକିସ୍ତାନରେ ଲେମ୍ବୁ କିଲୋ ୪ ଶହ

ଇସଲାମାବାଦ୍‌,୧୮।୫: ପାକିସ୍ତାନ ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ହେବାରେ ଲାଗିଛି। ଫଳରେ ଏଠାରେ ରମଜାନ ମାସରେ ରୋଜା ରଖିଥିବା ଶ୍ରଦ୍ଧାଳୁଙ୍କୁ ଇଫତାର୍‌ ସମୟରେ ଗ୍ଲାସେ ମିଶ୍ର ସର୍ବତ ମିଳିବା କଷ୍ଟକର ହୋଇପଡୁଛି। ସର୍ବତ ପାଇଁ ମିଶ୍ରି ଓ ଲେମ୍ବୁର ଆବଶ୍ୟକତା ରହିଥିବାବେଳେ ମିଶ୍ରି ଦାମ୍‌ ଆକାଶ ଛୁଆଁ ହୋଇଛି। ସେହିପରି ଲେମ୍ବୁ କିଲୋ ୪ଶହରେ ପହଞ୍ଚିଛି। ମଧ୍ୟ ଦେଶରେ ଦରଦାମ୍‌ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଫଳରେ କ୍ଷୀର ଲିଟର ପିଛା ୧୨୦ ଟଙ୍କାରୁ ୧୮୦ ପର୍ଯ୍ୟନ୍ତ ବିକ୍ରି ହେଉଛି। ସେହିପରି ଏକ ଡର୍ଜନ କଦଳୀ ମୂଲ୍ୟ ୧୫୦ ଟଙ୍କା, ମଟନ୍‌ କିଲୋ ପିଛା ୧୧ ଶହ ଟଙ୍କା, ଚିକେନ କିଲୋ ୩ ଶହ ୬୦ ଟଙ୍କାରେ ପହଞ୍ଚିଛି। କମଳା ଡର୍ଜନ ୩ଶହ ୬୦ ଟଙ୍କା ହୋଇଥିବାବେଳେ ସେଓ କିଲୋ ୪ଶହ ଛୁଇଁଛି। ୨୦୧୯ ମାର୍ଚ୍ଚରେ ଦେଶର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ ୯.୪ ପ୍ରତିଶତ ହୋଇଥିବା କୁହାଯାଉଛି।

Share