ରବୀନ୍ଦ୍ରମଣ୍ଡପ-ବିମାନବନ୍ଦର ରାସ୍ତା ହେଲା ନୋ ଓଭରଟେକିଂ ଜୋନ୍‌: ଉଲ୍ଲଂଘନକାରୀଙ୍କୁ ଧରାଇବ ଡ୍ରୋନ୍‌

ଭୁବନେଶ୍ୱର, ୨୭।୮(ବ୍ୟୁରୋ):ରାଜଧାନୀରେ ବେପରୁଆ ଗାଡ଼ି ଚାଳକମାନେ ସାବାଡ଼ ହେବେ। ସାପ ଗଲା ଭଳି ଗାଡି ଚଲାଇ ଓଭରଟେକିଂ କରୁଥିଲେ ଚାଳକଙ୍କୁ ଧରିବ ଡ୍ରୋନ୍‍ କ୍ୟାମେରା। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ରବୀନ୍ଦ୍ରମଣ୍ଡପ ଛକରୁ ବିମାନବନ୍ଦର ରାସ୍ତାକୁ ନୋ ଓଭରଟେକିଂ ଜୋନ୍‌ କରାଯାଇଛି। ଯେଉଁମାନେ ଏହି ରାସ୍ତାରେ ଓଭରଟେକିଂ କରିବାକୁ ଉଦ୍ୟମ କରିବେ, ସେମାନଙ୍କୁ ଡ୍ରୋନ୍‍ ସାହାଯ୍ୟରେ ଧରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏପରି କି ସୋମବାର ସନ୍ଧ୍ୟାରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଓ ଟ୍ରାଫିକ ଏସିପି କେ.କେ. ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏଜି ଛକଠାରେ ପରୀକ୍ଷାମୂଳକଭାବେ ଡ୍ରୋନ୍‍ ଉଡ଼ାଯାଇଥିଲା।
କମିଶନର ଷଡ଼ଙ୍ଗୀ କହିଛନ୍ତି, ରାଜଧାନୀରେ ଓଭରଟେକିଂ ଦ୍ୱାରା ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ବଢୁଛି। ଅନେକ ସମୟରେ କେତେଜଣ ବାଇକ୍‌ ଚାଳକ ସାପ ଗଲା ଭଳି ଗାଡି ଚଳାଇ ବଡ଼ ବଡ଼ ଗାଡ଼ିକୁ ଅତିକ୍ରମ କରି ଆଗକୁ ଯାଇଥାନ୍ତି। ଫଳରେ ଅନ୍ୟଗାଡ଼ିଗୁଡିକ ଦୁର୍ଘଟଣାଗ୍ରସ୍ତ ହେବା ସହ ଟ୍ରାଫିକ୍‌ ଜାମ ହେଉଛି। ତେଣୁ ଏହାକୁ ଆମେ ଗୁରୁତ୍ୱର ସହ ନେଉଛୁ। ସବୁ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ରଖି ଓଭରଟେକିଂକୁ ଅଟକାଇବା ସମ୍ଭବ ନୁହେଁ। ସାପ ଗଲା ଭଳି ଗାଡି ଚଲାଇଲେ ରାସ୍ତା ଯେତେ ଚଉଡା କଲେ କିମ୍ବା ଯେତେ ଟ୍ରାଫିକ କର୍ମଚାରୀ ନିୟୋଜିତ କଲେ ସୁଦ୍ଧା ସ୍ଥିତି ସୁଧୁରିବ ନାହିଁ। ତେଣୁ ସମସ୍ତ ସହରବାସୀଙ୍କୁ ଲେନ୍‌ ଡ୍ରାଇଭିଂ କରିବାକୁ ଅନୁରୋଧ  କରାଯାଉଛି। ଲେନ୍‌ ଡ୍ରାଇଭିଂ କ’ଣ, ଏହାଦ୍ୱାରା କ’ଣ ଫାଇଦା ହେବ ସେନେଇ ବର୍ଷା ଋତୁ ପରେ କିଛି କିଛି ବାଇକ୍‌ ଚାଳକଙ୍କୁ ଅଟକାଇ ୩ ମିନିଟ୍‌ ପ୍ରଶିକ୍ଷଣ ଦିଆଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ରାଜଧାନୀର ସମସ୍ତ ଅଞ୍ଚଳରେ ଲେନ୍‌ ଡ୍ରାଇଭିଂ ଲାଗୁ ହେବ। ଯଦି କୌଣସି ଅଞ୍ଚଳରେ ଚାଳକମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ତେବେ ଆଉ ସଚେତନ କରାଯିବ ନାହିଁ, ସିଧା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଷଡ଼ଙ୍ଗୀ ସତର୍କ କରାଇଛନ୍ତି।
ଭୁବନେଶ୍ୱରରେ ଅନେକ ସମୟରେ ଟ୍ରାଫିକ ସମସ୍ୟା ପାଇଁ ଅଟୋରିକ୍ସାଗୁଡ଼ିକ ମୁଖ୍ୟ କାରଣ ପାଲଟୁଛନ୍ତିି। ରାସ୍ତା ମଝିରେ ଗାଡ଼ି ରଖି ଯାତ୍ରୀ ଉଠାଉଛନ୍ତି। ତେଣୁ ଏନେଇ ଅଟୋ ଚାଳକ ସଂଘ କର୍ମକର୍ତ୍ତାଙ୍କ ସହ ପୋଲିସ କମିଶନର କଥା ହୋଇଛନ୍ତି। ସଂଘ କର୍ମକର୍ତ୍ତାମାନେ ସମସ୍ତ ଚାଳକଙ୍କୁ ଅବଗତ କରି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହାପରେ ଯଦି ଅଟୋ ଚାଳକମାନେ ନ ସୁଧରନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ।
ସେହିପରି ରାଜଧାନୀରେ ବଡ଼ ବଡ଼ ମଲ୍‌ ଏବଂ ବିଲ୍ଡିଂ ତିଆରି ହେଉଛି। କିନ୍ତୁ ପାର୍କିଂ ଓ ଟ୍ରାଫିକ୍‌ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉନାହିଁ। ଏଣୁ ପ୍ରତି ସପ୍ତାହରେ ବିଏମ୍‌ସି, ବିଡିଏ ଓ ପୂର୍ତ୍ତ ବିଭାଗ ଅଧିକାରୀମାନଙ୍କ ସହ ବୈଠକ କରାଯାଇ ନିରାକରଣ ବ୍ୟବସ୍ଥା କରାଯିବ। ଏହି ବୈଠକରେ ସିପି କିମ୍ବା ଡିସିପି ରହିବେ। ରାଜଧାନୀର ଅନେକ ସ୍ଥାନରେ ଥିବା ମଲ୍‌ଗୁଡିକ ଆଗରେ ବେଆଇନ ପାର୍କିଂ କରାଯାଉଛି। ତେଣୁ ବେଆଇନ ପାର୍କିଂ ହୋଇଥିବା ଗାଡିଗୁଡିକୁ ପୋଲିସ ମୋବାଇଲ୍‌ ଭ୍ୟାନ୍‌ ଉଠାଇ ଆଣିବ। ଅନେକ ଦେଶରେ ନିୟମ ରହିଛି ଯେ, ଧଳା ଗାର ଥିବା ସ୍ଥାନରେ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ପାର୍କିଂ ହୋଇପାରିବ ନାହିଁ। ଯଦି ହଳଦିଆ ଗାର ରହିଥାଏ, ତେବେ ସେଠାରେ ଆଦୌ ପାର୍କିଂ କରିହେବ ନାହିଁ ବୋଲି ସଂକେତ ଦିଆଯାଇଥାଏ। ତେଣୁ ଏଠାରେ ଏପରି ବ୍ୟବସ୍ଥା କରିବା ପାଇଁ ଡିସିପିଙ୍କ ସହ ଆଲୋଚନା କରାଯିବ। ଏହାସହ ରାଜଧାନୀରେ ଅନେକ ଅଞ୍ଚଳରେ ରାସ୍ତା ଉପରେ ଉଠା ଦୋକାନୀମାନେ ରହି ବ୍ୟବସାୟ କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଛି। ଏନେଇ ଆମେ ବିଏମ୍‌ସି ସହ ଆଲୋଚନା କରିବୁ। ସେହି ସବୁ ସ୍ଥାନଗୁଡିକୁ ଚିହ୍ନଟ କରିବା ପରେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି। ଖବରଦାତା ସମ୍ମିଳନୀରେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଉପସ୍ଥିତ ଥିଲେ।
ବିଦେଶରେ ବି ରହିଛି ଓଭରଟେକିଂ କଟକଣା
ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଡେନ୍‌ମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଙ୍ଗେରି, ଆୟର୍ଲାଣ୍ଡ, ନେଦରଲାଣ୍ଡ୍‌ସ, ପୋଲାଣ୍ଡ, ସ୍ପେନ୍‌, ବ୍ରିଟେନ ଓ ଆମେରିକା ଭଳି କେତେକ ଦେଶରେ ଓଭରଟେକିଂକୁ ନେଇ କଟକଣା କରାଯାଇଛି। ଓଭରଟେକିଂ ପାଇଁ ଏକ ନିର୍ଦ୍ଦିଷ୍ଟ ଜୋନ ରହିଛି, ଯେଉଁ ସ୍ଥାନରେ କି ଚାଳକ ଅନ୍ୟ ଗାଡ଼ିକୁ ସହଜରେ ଅତିକ୍ରମ କରିପାରିବେ। କିନ୍ତୁ ଅନ୍ୟ ସ୍ଥାନରେ ଓଭରଟେକିଂକୁ ସମ୍ପୂର୍ଣ୍ଣ ନିଷେଧ। ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଫଳରେ ସେହି ସବୁ ଦେଶରେ ଦୁର୍ଘଟଣା ରୋକିବାରେ ସହାୟକ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri