Categories: ଜାତୀୟ

ରବିବାର ସକାଳ ୬ଟା ୫୧ରୁ ଚନ୍ଦ୍ରାୟନ-୨ର ୨୦ ଘଣ୍ଟିଆ କାଉଣ୍ଟ୍‌ ଡାଉନ୍‌

ନୂଆଦିଲ୍ଲୀ,୧୩।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୫ ଭୋର୍‌ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ କରାଯିବ। ଏଥିପାଇଁ ରବିବାର ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ. ସିଓ୍ବନ୍‌ ଶନିବାର ସୂଚନା ଦେଇଛନ୍ତି। ଏହା ଜିଏସ୍‌ଏଲ୍‌ଭି ମାର୍କ-୩ ଦ୍ୱାରା ଉତ୍‌କ୍ଷେପଣ କରାଯିବ। ଏହାର ନାମକରଣ ବାହୁବଳୀ କରାଯାଇଛି। ଏହାର ଉଚ୍ଚତା ୪୪ ମିଟର ରହିଛି। ଯାହାକି ୧୫ ମହଲା କୋଠା ସହିତ ପ୍ରାୟ ସମାନ ହେବ ବୋଲି କୁହାଯାଉଛି। ଏଥିରେ ଥିବା ଓର୍ବିଟରର ଲମ୍ବ ୨.୫ ମିଟର। ଏହାର ଓଜନ ୩୫ ଶହ କିଗ୍ରା ରହିଛି। ସେହିପରି ଏଥିରେ ଥିବା ଲାଣ୍ଡର ବିକ୍ରମର ଲମ୍ବ ୩.୫ ମିଟର ରହିଛି। ଏହାର ଓଜନ ୧୪ ଶହ କିଗ୍ରା। ଏଥିରେ ଥିବା ରୋଭର ପ୍ରଜ୍ଞାର ଲମ୍ବ ଏକ ମିଟର ଏବଂ ଏହାର ଓଜନ ୨୭ କିଗ୍ରା ରହିଥିବା ସିଓ୍ବନ୍‌ ସୂଚନା ଦେଇଛନ୍ତି।

Share