ରବିବାରଠାରୁ ରାଜଧାନୀ, କଟକର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରାଜଧାନୀ ସମେତ କଟକର ସମସ୍ତ ପାର୍କ ବନ୍ଦ ରହିବ। ସରକାରୀ ଓ ଘରୋଇ ମାଲିକାନାରେ ଥିବା ସମସ୍ତ ପାର୍କ ରବିବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କରୋନା ମୁକାବିଲା ନେଇ ପାର୍କଗୁଡ଼ିକୁ ବିଏମ୍‌ସି ବନ୍ଦ କରିଛି। ସେହିଭଳି କଟକ ପାର୍କକୁ ସିଏମ୍‌ସି ବନ୍ଦ କରିଥିବା ସୂଚନା ମିଳିଛି।