ରବିବାରଠାରୁ ଭୀମସାର୍‌ରେ ହେବ କରୋନା ପୁଲ୍‌ ଟେଷ୍ଟ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରବିବାରଠାରୁ ସମ୍ବଲପୁରରେ କରୋନା ପୁଲ୍‌ ଟେଷ୍ଟ କରାଯିବ। ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମସାର)ରେ ସମୀକ୍ଷା ପରେ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏ ନେଇ ସୂଚନା ଦେଇଛନ୍ତି। ପ୍ରତି ସିଫ୍ଟରେ ୪୫ଜଣଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯାଇପାରିବ। ସେହିଭଳି ଦୁଇଟି ସିଫ୍ଟରେ ୯୦ଜଣଙ୍କର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍‌ଆଇଟିକୁ ଅଧିକ ୨ଟି ମେଶିନ ମଗାଯାଇଛି। ଆସିଲେ ଅଧିକ ଟେଷ୍ଟ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଏହାଛଡ଼ା କୋଭିଡ ଆଇସୋଲେଶନ ସେଣ୍ଟରଠାରୁ ଆରମ୍ଭ କରି ସମ୍ବଲପୁରରେ ହେବାକୁ ଥିବା କୋଭିଡ-୧୯ ଡାକ୍ତରଖାନାରେ କେଉଁ ସ୍ବାସ୍ଥ୍ୟ କର୍ମଚାରୀ କାମ କରିବେ, ସେମାନଙ୍କର ସୁବିଧା ଲାଗି ସମସ୍ତ ବ୍ୟବସ୍ଥା ଆଦି ବିଷୟରେ ସମୀକ୍ଷା କରିଥିବା ମନ୍ତ୍ରୀ କହିଛନ୍ତି।