ରବିନା ନାତିଙ୍କୁ ଦେଲେ ସ୍ପେଶାଲ ଉପହାର

ମୁମ୍ବାଇ: ବଲିଉଡ୍‌ ନାୟିକା ରବିନା ଟଣ୍ଡନ ନିକଟରେ ଜେଜେମା’ ହୋଇଥିଲେ। ରବିନାଙ୍କ ଝିଅ ଛାୟା ନିକଟରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେ ତାଙ୍କ ନାତିକୁ ଏକ ସ୍ପେଶାଲ ଗିପ୍ଟ ଦେଇ ଆସିଛନ୍ତି ଚର୍ଚ୍ଚାକୁ। କଥା କ’ଣ କି କାଷ୍ଟିଙ୍ଗ ଆର୍ଟିଷ୍ଟ ଭାବନା ଜସରା ରବିନାଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ରବିନା ତାଙ୍କ ନାତିଙ୍କର ହାତ ଓ ପାଦର କାଷ୍ଟିଙ୍ଗ ଇମ୍ପ୍ରେଶନର ଫ୍ରେମ କରିଥିବା ଦେଖାଯାଇଛି। ଏହାକୁ ସେ ତାଙ୍କ ଝିଅ ଛାୟାଙ୍କୁ ନାତି ଉଦ୍ଦେଶ୍ୟରେ ଗିପ୍ଟ ଦେଇଥିବା ଜଣାପଡିଛି। ରବିନା ତାଙ୍କ ନାତିକୁ ବହୁତ ଭଲ ପାଆନ୍ତି ଓ କିଛିଦିନ ହେବ ସେ ନାତି ସହ ସମୟ କାଟୁଥିବା ଦେଖାଯାଇଛି। କେବେ କେବେ ନାତି ଓ ଜେଜେମା’ଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ସୂଚନାଯୋଗ୍ୟ, ରବିନା ୧୯୯୫ରେ ପୂଜା ଓ ଛାୟା ନାମରେ ଦୁଇଟି ଝିଅଙ୍କୁ ପାଳିତା କନ୍ୟା ଭାବେ ଗ୍ରହଣ କରିଥିଲେ। ସେତେବେଳେ ପୂଜାଙ୍କ ବୟସ ୧୧ ଓ ଛାୟାଙ୍କ ବୟସ ୮ ବର୍ଷ ଥିଲା। ଏହାପରେ ରବିନା ବିବାହ କରିଥିଲେ ଏବେ ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ରହିଛନ୍ତି।

Share