ରବିନାରାୟଣଙ୍କୁ ଭଞ୍ଜଭାରତୀ ସ୍ମୃତି ସମ୍ମାନ

ଭୁବନେଶ୍ୱର, ୫ା୩(ବ୍ୟୁରୋ): ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସାରସ୍ବତ ସୃଷ୍ଟିରେ ଭରିରହିଛି କାଳଜୟୀ ମୂଲ୍ୟବୋଧର ଉଚ୍ଚାଙ୍ଗ ଦିଗ୍‌ଦର୍ଶନ। ସାହିତ୍ୟ ଓ ସାମାଜିକ ଜୀବନର ଅମୂଲ୍ୟ ସମ୍ପଦ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ସାରସ୍ବତ ଅନୁଷ୍ଠାନ ‘ଭୁବନେଶ୍ୱର ଭଞ୍ଜଭାରତୀ’ ପକ୍ଷରୁ ସୂଚନା ଭବନଠାରେ ଆୟୋଜିତ ‘ଓଡ଼ିଆ ସାହିତ୍ୟ ସମାରୋହ-୨୦୨୦’ର ଶେଷ ସନ୍ଧ୍ୟାରେ ଯୋଗଦେଇଥିବା ଅତିଥିମାନେ ଏହି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସଭାପତି ନୀଳାଦ୍ରି ମୋହନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟଅତିଥିଭାବେ ପ୍ରଶାସକ ଦିଲୀପ ସାମନ୍ତରାୟ ଯୋଗଦେଇ ସାହିତ୍ୟ ଜଗତରେ କବି ଗଙ୍ଗାଧରଙ୍କ ସ୍ଥାନ ସ୍ବତନ୍ତ୍ର ବୋଲି କହିଥିଲେ। ଏହି ଅବସରରେ ବିଶିଷ୍ଟ ସାରସ୍ବତ ସାଧକ ଡ. ରବିନାରାୟଣ ସେନାପତିଙ୍କୁ ମର୍ଯ୍ୟାଦାଜନକ ‘ଭଞ୍ଜଭାରତୀ ଜୟଦେବ ଷଡଙ୍ଗୀ ସ୍ମୃତି ସମ୍ମାନ-୨୦୨୦’ରେ ସମ୍ମାନିତ କରାଯାଇଥିଲା। ମେହେର ସାହିତ୍ୟ ଗବେଷକ ଡ. ଶ୍ୟାମ ଭୋଇ ଅନ୍ୟତମ ଅତିଥିଭାବେ ଯୋଗଦେଇ ଗଙ୍ଗାଧରଙ୍କ କାବ୍ୟ ଓ କ୍ଷୁଦ୍ରକବିତା ଉଭୟରେ ଥିବା ସଦାଚାର, ସହନଶୀଳତା ଓ ଶୃଙ୍ଖଳା ବିଷୟରେ କହିଥିଲେ। ଅନୁଷ୍ଠାନର ସମ୍ପାଦକ ଡ. କୃଷ୍ଣକେଶବ ଷଡ଼ଙ୍ଗୀ ଗଙ୍ଗାଧରଙ୍କ ସୃଷ୍ଟ ତପସ୍ବିନୀ ମହାକାବ୍ୟ ସମ୍ପର୍କରେ ବିଶଦ୍‌ଭାବେ ଆଲୋଚନା କରିଥିଲେ। ପ୍ରାରମ୍ଭରେ କଣ୍ଠଶିଳ୍ପୀ ମହାପାତ୍ର ମିନତି ଭଞ୍ଜ ଓ ସାଥୀଙ୍କ ଦ୍ୱାରା ମେହେର ସଙ୍ଗୀତ ପରିବେଷଣ କରାଯାଇଥିଲା। ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପ୍ରାଣବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri