Categories: ଜାତୀୟ

ରବିଦାସଙ୍କ ମନ୍ଦିରରେ ପୂଜାର୍ଚ୍ଚନା କଲେ ପ୍ରିୟଙ୍କା

ବାରାଣସୀ,୯।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ବାରାଣସୀ ଗସ୍ତ କରିଛନ୍ତି। ସେଠାରେ ପହଞ୍ଚି ସେ ସିର ଗୋବର୍ଦ୍ଧନପୁରରେ ଥିବା ସନ୍ଥ ରବିଦାସଙ୍କ ମନ୍ଦିରରେ ଦର୍ଶନ କରିଛନ୍ତି। ଏହି ଅବସରରେ ସେଠାରେ ସନ୍ଥ ରବିଦାସଙ୍କ ଜୟନ୍ତୀରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ। ସୂଚନାଯୋଗ୍ୟ, ପ୍ରିୟଙ୍କାଙ୍କ ଗସ୍ତକୁ ନଜରରେ ରଖି ଶନିବାରଠାରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। କଂଗ୍ରେସର ବହୁ ନେତା ମଧ୍ୟ ସେଠାରେ ପହଞ୍ଚିଥିଲେ।

Share