Categories: ଜାତୀୟ

ରବର୍ଟ ଭଦ୍ରାଙ୍କୁ ମିଳିଲା ବିଦେଶ ଯିବା ଅନୁମତି: ଯାଇପାରିବେ ଆମେରିକା-ନେଦରଲାଣ୍ଡ; ଇଂଲଣ୍ଡ ମନା

ନୂଆଦିଲ୍ଲୀ,୩।୬: ମନି ଲାଉଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ସୋମବାର ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି ଲୋଡିଥିଲେ। କୋର୍ଟ ପକ୍ଷରୁ ଆବେଦନ ବିଚାର କରାଯାଇ ଏଭଳି ରାୟ ଦିଆଯାଇଛି। ତେବେ ତାଙ୍କୁ ଆମେରିକା ଏବଂ ନେଦରଲାଣ୍ଡ ଯିବାକୁ ଅନୁମତି ମିଳିଛି। ଭଦ୍ରାଙ୍କ ଇଂଲଣ୍ଡ ଯିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ୬ ସପ୍ତାହ ପାଇଁ ସେ ବିଦେଶ ଯାଇପାରିବେ। ଏହି ସମୟ ମଧ୍ୟରେ କୌଣସି ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହେଲେ ତାହା ଲାଗୁ ହେବ ନାହିଁ ବୋଲି କୋର୍ଟ ସୂଚନା ଦେଇଛନ୍ତି।

Share