ରନ୍ଧା ଖାଦ୍ୟ ବଣ୍ଟନ

କୁଆମରା,୨।୪(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ସହ ବ୍ୟାପକ ସଚେତନତା ପାଇଁ ଆଗାମୀ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହି ପରିସ୍ଥିତିରେ ବାହାରୁ ଆସି ଅଟକି ରହିଥିବା ଅସହାୟ ବ୍ୟକ୍ତିମାନେ ଖାଇବାକୁ ନ ପାଇ ଉପବାସରେ ଦିନ କାଟିବା ସହ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପ୍ରଶାସନ ପକ୍ଷରୁ ସାନଖୁଣ୍ଟା, ରାଣୀବନ୍ଧ, କୁଶଳଦା ଓ ପୁରୁଣା ବାରିପଦା ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ଏହି ୪ଟି ପଞ୍ଚାୟତର ୧୮୪ ଜଣ ଅସହାୟଙ୍କୁ ରନ୍ଧା ଖାଦ୍ୟ ଦିଆଯାଇ ଥିବା ବିଡିଓ ରବୀନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି।