ରଥ ନିର୍ମାଣ ପାଇଁ ସୁପାରିସ

ପୁରୀ ଅଫିସ,୫ା୫: ରଥ ତିଆରି ଏକ ଧର୍ମୀୟ କାର୍ଯ୍ୟ ନୁହେଁ, ଏହା ନିର୍ମାଣ କାର୍ଯ୍ୟ। ତେଣୁ ସରକାର ଲକ୍‌ଡାଉନ ପାଇଁ ଯେଉଁ ଗାଇଡ୍‌ଲାଇନ କରିଛନ୍ତି ତାହାର କୌଣସି ପ୍ରକାର ଉଲ୍ଲଂଘନ ହେବ ନାହିଁ। ମହାପ୍ରଭୁଙ୍କ ରଥ ନିର୍ମାଣ ସଂକ୍ରାନ୍ତରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ସମ୍ମତି ପ୍ରକାଶ ପାଇଛି। ରଥ ନିର୍ମାଣ ଲାଗି ସମସ୍ତ ସଦସ୍ୟ ସୁପାରିସ କରିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ସରକାର ଅନୁମତି ଦେଲେ ଖୁବ୍‌ ଶୀଘ୍ର ରଥ ନିର୍ମାଣ ଆରମ୍ଭ ହେବ ବୋଲି ବୈଠକ ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
କରୋନାର ଭୟାବହତା ଭିତରେ ରଥଯାତ୍ରାକୁ ନେଇ କିଛିଦିନ ହେବ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ଲକ୍‌ଡାଉନ କଟକଣା ଯୋଗୁ ଗତମାସ ୨୬ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ବିଧି ଅନୁଯାୟୀ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। କିନ୍ତୁ ମେ’ ୩ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ସରକାର ମେ’ ୧୭ପର୍ଯ୍ୟନ୍ତ ଲକ୍‌ଡାଉନକୁ ବୃଦ୍ଧି କରିବା ସହ ନୂଆ ଗାଇଡ୍‌ଲାଇନ ଆସିଛି। ଏଭଳିସ୍ଥିତିରେ ସୋମବାର ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସିଥିଲା। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକ ପରେ ଗଜପତି ମହାରାଜା କହିଥିଲେ, ପ୍ରାୟ ୨ମାସ ଧରି ରଥ ନିର୍ମାଣ ହୋଇଥାଏ। କିନ୍ତୁ ଏଥର କୋଭିଡ-୧୯ ଗାଇଡଲାଇନ ଯୋଗୁ ଅନୁକୂଳ ପରେ ଏପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଶେଷ ହେବା
ପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଥିଲା। ବୈଠକରେ ନୂଆ ଗାଇଡ୍‌ଲାଇନକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଗଲା। ନିର୍ଦ୍ଦେଶନାମାରେ ଧର୍ମୀୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବାବେଳେ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ନିର୍ମାଣ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ରହିଛି। ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ ରଥ ନିର୍ମାଣ ହୋଇପାରିବ ବୋଲି ବୈଠକରେ ସମସ୍ତେ ମତ ଦେଇଥିଲେ। ତେଣୁ ରଥ ନିର୍ମାଣ ଆରମ୍ଭ କରିବାକୁ କମିଟି ରାଜ୍ୟ ସରକାରଙ୍କୁ ନିବେଦନ କରିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରଥ ନିର୍ମାଣ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ମଙ୍ଗଳବାର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ଗଜପତି ମହାରାଜା କହିଛନ୍ତି।
ଅନ୍ୟପକ୍ଷରେ ବୈଠକରେ ରଥଯାତ୍ରା କିମ୍ବା ସ୍ନାନ ଯାତ୍ରାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ସୋମବାରଠାରୁ ଲାଗୁ ହୋଇଥିବା ନୂଆ ଗାଇଡ଼ଲାଇନ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିବ। ପୁଣି କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଦେବା ପରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ଏବଂ ରଥଯାତ୍ରା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର, ଦେବୋତ୍ତର କମିଶନର ଏବଂ ଆଇନ ବିଭାଗ ସଚିବ ଉପସ୍ଥିତ ଥିବାବେଳେ ପୁରୀରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ରଥଯାତ୍ରା ନ ହେଲେ କିଛି ଅସୁବିଧା ନାହିଁ: ଗଜପତି


ବୈଠକ ଶେଷରେ ଖବରଦାତାଙ୍କ ପ୍ରଶ୍ନରେ ଗଜପତି ମହାରାଜା କହିଥିଲେ, ରଥଯାତ୍ରା ହେବ କି ନାହିଁ ତାହା ଏବେଠାରୁ କେହି କହିପାରିବେ ନାହିଁ। ଏପ୍ରିଲ୍‌ ୨୬ରେ ରଥ ନିର୍ମାଣ ଆରମ୍ଭ ହୋଇଥାନ୍ତା। ଇତିମଧ୍ୟରେ ୭/୮ ଦିନ ପଳାଇଲାଣି। ମଙ୍ଗଳବାର କିମ୍ବା ବୁଧବାର ରଥ ନିର୍ମାଣ ଆରମ୍ଭ ହେବ। ଅଧିକ ମହାରଣା ସେବକ ଏବଂ ଭୋଇ ସେବକଙ୍କୁ ଲଗାଇ ସମୟକୁ ଭରଣା କରାଯାଇପାରିବ। କିନ୍ତୁ ନୂଆ ଗାଇଡଲାଇନ ଅନୁଯାୟୀ ଯଦି ୧୭ ତାରିଖ ପର୍ଯ୍ୟନ୍ତ ଯଦି ଅପେକ୍ଷା କରିବାକୁ ହେବ ତେବେ ରଥ ନିର୍ମାଣ କରିବା ସମ୍ଭବ ନୁହେଁ। ରଥ ନିର୍ମାଣ ନ ହେଲେ ବଡ଼ଦାଣ୍ଡରେ ରଥଯାତ୍ରା ମଧ୍ୟ ସମ୍ଭବ ହେବ ନାହିଁ। ତେବେ କମିଟି ସଦସ୍ୟମାନେ କହିଥିଲେ, ରଥ ନିର୍ମାଣ ହେଉ, ପରିସ୍ଥିତିକୁ ଦେଖି ସରକାର ଯଦି ରଥଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନେବେ ତେବେ କିଛି ଅସୁବିଧା ନାହିଁ। ସରକାରଙ୍କ ଏଥିରେ ସମ୍ପୂର୍ଣ୍ଣ ଅଧିକାର ରହୁଛି। କାରଣ କୋଭିଡ୍‌ ରୋଗ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ପ୍ରାଧାନ୍ୟ ଦେବାକୁ ପଡ଼ିବ। ଜନଜୀବନ ଅସୁବିଧାରେ ପକାଇ ଧର୍ମର ବାଖ୍ୟା କରାଯାଇପାରେନା। ତେଣୁ ସରକାର କୋଭିଡ୍‌ ପରିସ୍ଥିତିକୁ ଦେଖି ଯେ ,କୌଣସି ମୁହୂର୍ତ୍ତରେ ରଥଯାତ୍ରା ହେବ ନାହିଁ ବୋଲି ଘୋଷଣା କରିପାରିବେ। ଯଦି ଏପରି କରିବେ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପରେ ତିନିରଥ ଭଙ୍ଗାଯାଇ ରୋଷଘରକୁ ଯିବାର ପରମ୍ପରା ରହିଛି। ରୋଷ ଚୁଲାରେ ଏହା ବ୍ୟବହାର ହୋଇ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ତେଣୁ ଯେଉଁ ସମୟରେ ସରକାର ରଥଯାତ୍ରା ହେବ ନାହିଁ ନିଷ୍ପତ୍ତି ନେବେ ସେହିଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଏହାପରେ ରଥ ଖୋଲା ହୋଇ ମହାପ୍ରଭୁଙ୍କ ରୋଷଘରକୁ ଯିବ ବୋଲି ଗଜପତି ମହାରାଜା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri