ରଥ ନିର୍ମାଣ ପାଇଁ ସୁପାରିସ

ପୁରୀ ଅଫିସ,୫ା୫: ରଥ ତିଆରି ଏକ ଧର୍ମୀୟ କାର୍ଯ୍ୟ ନୁହେଁ, ଏହା ନିର୍ମାଣ କାର୍ଯ୍ୟ। ତେଣୁ ସରକାର ଲକ୍‌ଡାଉନ ପାଇଁ ଯେଉଁ ଗାଇଡ୍‌ଲାଇନ କରିଛନ୍ତି ତାହାର କୌଣସି ପ୍ରକାର ଉଲ୍ଲଂଘନ ହେବ ନାହିଁ। ମହାପ୍ରଭୁଙ୍କ ରଥ ନିର୍ମାଣ ସଂକ୍ରାନ୍ତରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ସମ୍ମତି ପ୍ରକାଶ ପାଇଛି। ରଥ ନିର୍ମାଣ ଲାଗି ସମସ୍ତ ସଦସ୍ୟ ସୁପାରିସ କରିବା ପରେ ଏନେଇ ରାଜ୍ୟ ସରକାରଙ୍କୁ ପରିଚାଳନା କମିଟି ପକ୍ଷରୁ ନିବେଦନ କରାଯାଇଛି। ସରକାର ଅନୁମତି ଦେଲେ ଖୁବ୍‌ ଶୀଘ୍ର ରଥ ନିର୍ମାଣ ଆରମ୍ଭ ହେବ ବୋଲି ବୈଠକ ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି।
କରୋନାର ଭୟାବହତା ଭିତରେ ରଥଯାତ୍ରାକୁ ନେଇ କିଛିଦିନ ହେବ ନାନା ପ୍ରକାର ଚର୍ଚ୍ଚା ଚାଲିଛି। ଲକ୍‌ଡାଉନ କଟକଣା ଯୋଗୁ ଗତମାସ ୨୬ତାରିଖ ପବିତ୍ର ଅକ୍ଷୟ ତୃତୀୟାରେ ବିଧି ଅନୁଯାୟୀ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା। କିନ୍ତୁ ମେ’ ୩ ପର୍ଯ୍ୟନ୍ତ ୨ୟ ପର୍ଯ୍ୟାୟ ଲକ୍‌ଡାଉନ ଥିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ରଥଯାତ୍ରା ହେବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ସରକାର ମେ’ ୧୭ପର୍ଯ୍ୟନ୍ତ ଲକ୍‌ଡାଉନକୁ ବୃଦ୍ଧି କରିବା ସହ ନୂଆ ଗାଇଡ୍‌ଲାଇନ ଆସିଛି। ଏଭଳିସ୍ଥିତିରେ ସୋମବାର ପରିଚାଳନା କମିଟିର ଏକ ଜରୁରୀ ବୈଠକ ବସିଥିଲା। ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଅନୁଷ୍ଠିତ ବୈଠକ ପରେ ଗଜପତି ମହାରାଜା କହିଥିଲେ, ପ୍ରାୟ ୨ମାସ ଧରି ରଥ ନିର୍ମାଣ ହୋଇଥାଏ। କିନ୍ତୁ ଏଥର କୋଭିଡ-୧୯ ଗାଇଡଲାଇନ ଯୋଗୁ ଅନୁକୂଳ ପରେ ଏପର୍ଯ୍ୟନ୍ତ ରଥ ନିର୍ମାଣ ଆରମ୍ଭ ହୋଇନାହିଁ। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ଶେଷ ହେବା
ପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଥିଲା। ବୈଠକରେ ନୂଆ ଗାଇଡ୍‌ଲାଇନକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରାଗଲା। ନିର୍ଦ୍ଦେଶନାମାରେ ଧର୍ମୀୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଥିବାବେଳେ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନ୍‌ରେ ନିର୍ମାଣ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ରହିଛି। ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଥିବାରୁ ରଥ ନିର୍ମାଣ ହୋଇପାରିବ ବୋଲି ବୈଠକରେ ସମସ୍ତେ ମତ ଦେଇଥିଲେ। ତେଣୁ ରଥ ନିର୍ମାଣ ଆରମ୍ଭ କରିବାକୁ କମିଟି ରାଜ୍ୟ ସରକାରଙ୍କୁ ନିବେଦନ କରିଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ରଥ ନିର୍ମାଣ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ମଙ୍ଗଳବାର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ବୋଲି ଗଜପତି ମହାରାଜା କହିଛନ୍ତି।
ଅନ୍ୟପକ୍ଷରେ ବୈଠକରେ ରଥଯାତ୍ରା କିମ୍ବା ସ୍ନାନ ଯାତ୍ରାକୁ ନେଇ କୌଣସି ଆଲୋଚନା ହୋଇନାହିଁ। ସୋମବାରଠାରୁ ଲାଗୁ ହୋଇଥିବା ନୂଆ ଗାଇଡ଼ଲାଇନ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରହିବ। ପୁଣି କେନ୍ଦ୍ର ସରକାର ନୂଆ ଗାଇଡ଼ ଲାଇନ ଦେବା ପରେ ପରିଚାଳନା କମିଟି ବୈଠକ ବସି ସ୍ନାନଯାତ୍ରା ଏବଂ ରଥଯାତ୍ରା ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଗଜପତି ମହାରାଜା କହିଛନ୍ତି। ଭିଡିଓ କନ୍‌ଫରେନ୍ସିଂରେ ହୋଇଥିବା ଏହି ବୈଠକରେ ଭୁବନେଶ୍ୱରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର, ରାଜ୍ୟ ସଭା ସଦସ୍ୟ ରଘୁନାଥ ମହାପାତ୍ର, ଦେବୋତ୍ତର କମିଶନର ଏବଂ ଆଇନ ବିଭାଗ ସଚିବ ଉପସ୍ଥିତ ଥିବାବେଳେ ପୁରୀରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।

ରଥଯାତ୍ରା ନ ହେଲେ କିଛି ଅସୁବିଧା ନାହିଁ: ଗଜପତି


ବୈଠକ ଶେଷରେ ଖବରଦାତାଙ୍କ ପ୍ରଶ୍ନରେ ଗଜପତି ମହାରାଜା କହିଥିଲେ, ରଥଯାତ୍ରା ହେବ କି ନାହିଁ ତାହା ଏବେଠାରୁ କେହି କହିପାରିବେ ନାହିଁ। ଏପ୍ରିଲ୍‌ ୨୬ରେ ରଥ ନିର୍ମାଣ ଆରମ୍ଭ ହୋଇଥାନ୍ତା। ଇତିମଧ୍ୟରେ ୭/୮ ଦିନ ପଳାଇଲାଣି। ମଙ୍ଗଳବାର କିମ୍ବା ବୁଧବାର ରଥ ନିର୍ମାଣ ଆରମ୍ଭ ହେବ। ଅଧିକ ମହାରଣା ସେବକ ଏବଂ ଭୋଇ ସେବକଙ୍କୁ ଲଗାଇ ସମୟକୁ ଭରଣା କରାଯାଇପାରିବ। କିନ୍ତୁ ନୂଆ ଗାଇଡଲାଇନ ଅନୁଯାୟୀ ଯଦି ୧୭ ତାରିଖ ପର୍ଯ୍ୟନ୍ତ ଯଦି ଅପେକ୍ଷା କରିବାକୁ ହେବ ତେବେ ରଥ ନିର୍ମାଣ କରିବା ସମ୍ଭବ ନୁହେଁ। ରଥ ନିର୍ମାଣ ନ ହେଲେ ବଡ଼ଦାଣ୍ଡରେ ରଥଯାତ୍ରା ମଧ୍ୟ ସମ୍ଭବ ହେବ ନାହିଁ। ତେବେ କମିଟି ସଦସ୍ୟମାନେ କହିଥିଲେ, ରଥ ନିର୍ମାଣ ହେଉ, ପରିସ୍ଥିତିକୁ ଦେଖି ସରକାର ଯଦି ରଥଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ନେବେ ତେବେ କିଛି ଅସୁବିଧା ନାହିଁ। ସରକାରଙ୍କ ଏଥିରେ ସମ୍ପୂର୍ଣ୍ଣ ଅଧିକାର ରହୁଛି। କାରଣ କୋଭିଡ୍‌ ରୋଗ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ପ୍ରାଧାନ୍ୟ ଦେବାକୁ ପଡ଼ିବ। ଜନଜୀବନ ଅସୁବିଧାରେ ପକାଇ ଧର୍ମର ବାଖ୍ୟା କରାଯାଇପାରେନା। ତେଣୁ ସରକାର କୋଭିଡ୍‌ ପରିସ୍ଥିତିକୁ ଦେଖି ଯେ ,କୌଣସି ମୁହୂର୍ତ୍ତରେ ରଥଯାତ୍ରା ହେବ ନାହିଁ ବୋଲି ଘୋଷଣା କରିପାରିବେ। ଯଦି ଏପରି କରିବେ କିଛି ଅସୁବିଧା ନାହିଁ। ପ୍ରତ୍ୟେକ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ପରେ ତିନିରଥ ଭଙ୍ଗାଯାଇ ରୋଷଘରକୁ ଯିବାର ପରମ୍ପରା ରହିଛି। ରୋଷ ଚୁଲାରେ ଏହା ବ୍ୟବହାର ହୋଇ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ। ତେଣୁ ଯେଉଁ ସମୟରେ ସରକାର ରଥଯାତ୍ରା ହେବ ନାହିଁ ନିଷ୍ପତ୍ତି ନେବେ ସେହିଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ଏହାପରେ ରଥ ଖୋଲା ହୋଇ ମହାପ୍ରଭୁଙ୍କ ରୋଷଘରକୁ ଯିବ ବୋଲି ଗଜପତି ମହାରାଜା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri