ରଥରେ ବିଜେ କଲେ ତିନି ଠାକୁର

ପୁରୀ ଅଫିସ: ୨୩।୬ : ପୁରୀ ରଥଯାତ୍ରା ଲାଗି ମଙ୍ଗଳବାର ପ୍ରାତଃରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ସକାଳ ୭ରୁ ପହଣ୍ଡି ଆରମ୍ଭହୋଇ ୯ଟା ମଧ୍ୟରେ ଶେଷ ହୋଇଛି। ପ୍ରଭୁ ସୁଦର୍ଶନ ରଥରେ ବିଜେ କରିବା ପରେ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡିରେ ଅଣାଯାଇଥିଲା। ପରେ ସେବାୟତ ପ୍ରଭୁଙ୍କୁ ୮ଟା ୩୦ ମିନିଟ୍‌ରେ ରଥାରୂଢ଼ କରିଥିଲେ। ସେହିପରି ଦେବୀ ସୁଭଦ୍ରାଙ୍କୁ ୮.୪୦ରେ ରଥରେ ବିଜେ କରାଯିବା ପରେ ମହାପ୍ରଭୁ ଜଗନ୍ନାଥଙ୍କୁ ୮ଟା ୫୫ ମିନିଟ୍‌ରେ ରଥ ଉପରକୁ ଅଣାଯାଇଛି।