ରଥଯାତ୍ରା ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ, ୧୯।୬: ରଥଯାତ୍ରା ବନ୍ଦ ରାୟ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ କିପରି ରଥଯାତ୍ରା ପରମ୍ପରାକୁ ବଜାୟ ରଖିହେବ ସେ ନେଇ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହେଉଛି। ନୀଳାଦ୍ରି ଭକ୍ତନିବାସ ପରିସରରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହଦେବ ଅଧ୍ୟକ୍ଷତା କରୁଛନ୍ତି । କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର, ଜିଲାପାଳ ବଲଓ୍ବନ୍ତ ସିଂହଙ୍କ ସମେତ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଅଛନ୍ତି। ଏଥିରେ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟର ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେ ନେଇ ଚୂଡାନ୍ତ କରାଯିବାର କାର୍ଯ୍ୟକ୍ରମ ରହିଛି।