ରଥଯାତ୍ରାକୁ ଆଉ ୪ଦିନ ବାକି: ଅଶାନ୍ତ ହେଲା ପୁରୀ ସହର; ତେଜରାତି ଦୋକାନୀଙ୍କୁ ଗୁଳିମାଡ଼

ପୁରୀ ଅଫିସ,୩୦ା୬: ରଥଯାତ୍ରାକୁ ଆଉ ମାତ୍ର ୪ଦିନ ବାକି ଥିବାବେଳେ ଅଶାନ୍ତ ହୋଇପଡ଼ିିଛି ପୁରୀ ସହର। ଗୋଟିଏ ପଟେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ପୋଲିସ ଗୁରୁତ୍ୱ ଦେଉଥିବା କହୁଛି। ଅନ୍ୟପଟେ ଶ୍ରୀକ୍ଷେତ୍ରରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିିବାରେ ଲାଗିଛି। ଧୀରେ ଧୀରେ ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଶନିବାର ସମୁଦ୍ରକୂଳ ଥାନା ଅଧୀନ ସ୍ବର୍ଗଦ୍ୱାର ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ଗୁଳି ଫୁଟିଛି। ୨ଜଣ ଯୁବକ ଏକ ବାଇକ୍‌ରେ ଆସି ଜଣେ ତେଜରାତି ଦୋକାନୀଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳି ତାଙ୍କ ବାମ ଛାତିରେ ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ସ୍ଥାନାନ୍ତରିତ କରାଯାଇଛି। ଆହତ ବ୍ୟବସାୟୀ ଜଣକ ହେଲେ ସୁକାନ୍ତ ସାହୁ (୪୦)। ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି।

ଅନୁଯାୟୀ, ଗୌଡ଼ବାଡ଼ ସାହିସ୍ଥିତ ମାଛ ମାର୍କେଟରେ ସୁକାନ୍ତଙ୍କର ତେଜରାତି ଦୋକାନ ରହିଛି। ଶନିବାର ରାତି ପ୍ରାୟ ୮ଟାରେ ସେ ଦୋକାନରେ ବସି ଟିଭି ଦେଖୁଥିଲେ। ଏହି ସମୟରେ ୨ଜଣ ଯୁବକ ଗୋଟିଏ ବାଇକ୍‌ରେ ଆସି ପହଞ୍ଚତ୍ଥିଲେ। ସଙ୍ଗେସଙ୍ଗେ ସେଠାରୁ ଚାଲିଗଲେ। ଏହାର ୧୫ମିନିଟ୍‌ ପରେ ପୁଣି ସେମାନେ ଆସିଲେ। ସୁକାନ୍ତଙ୍କୁ କିଛି ପଚାରିଲେ। ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ଯୁବକ ହଠାତ୍‌ ପିସ୍ତଲରୁ ଗୁଳିମାଡ଼ କରିବା ପରେ ଦୁହେଁ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ। ଗୁଳି ଫୁଟା ଶବ୍ଦ ଓ ସୁକାନ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କ ପାଖକୁ ଯିବାରୁ ସେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ପହଞ୍ଚତ୍ ତାଙ୍କୁ ଡାକ୍ତରଖାନା ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବାନୁଯାୟୀ, ପୂର୍ବରୁ ଏକ ଗୋଷ୍ଠୀ ସହ ସୁକାନ୍ତଙ୍କର ଶତ୍ରୁତା ରହିଥିଲା। ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସମାଧାନ ହୋଇଯାଇଥିଲା। ଗୁଳିକାଣ୍ଡର ତଦନ୍ତ ଜାରି ରହିଛି। ଏହି ଘଟଣାରେ ବିପକ୍ଷ ଗୋଷ୍ଠୀର ହାତ ଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ବାସେଳିସାହି ଥାନା ଅଧୀନ ପଣାପ୍ରିୟା ଲେନ୍‌ରେ ଶିବରାମ ପାତ୍ର ନାମକ ଯୁବକଙ୍କ ଉପରକୁ ବୋମାମାଡ଼ ହୋଇଥିଲା। ପୂର୍ବରୁ ଟାଉନ ଥାନା ଅଧୀନ ମିଶ୍ରସାହିରେ ଜଣେ ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରାଯାଇଥିଲା। ସେହିପରି ସହରରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଉଠିଥିବାବେଳେ ଲୁଟତରାଜ, ରାହାଜାନି ଆଦି ବଢିଚାଲିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri