ରତ୍ନଗର୍ଭା ସାଗର

ପୃଥିବୀର ଜୀବଜଗତରେ ଉଦ୍ଭବ ବୃଦ୍ଧିରେ ସାଗର ଓ ମହାସାଗରଗୁଡ଼ିକର ଅନନ୍ୟ ଅବଦାନ ରହିଛି। ପୃଥିବୀ ବ୍ୟତୀତ ଅନ୍ୟ କେଉଁ ଗ୍ରହ କିମ୍ବା ଉପଗ୍ରହରେ ଜଳୀୟ ସାଗର ଆବିଷ୍କୃତ ହୋଇନାହିଁ। ମହାସାଗରରେ ପ୍ରଥମେ ଜୀବ ସୃଷ୍ଟି ହୋଇ ବିବର୍ତ୍ତନ ପ୍ରକ୍ରିୟାରେ ପୃଥିବୀରେ ଜୀବଜଗତ ଗଢ଼ି ଉଠିଛି। ଆମ ପୁରାଣରେ ସାଗରକୁ ରତ୍ନଗର୍ଭା କୁହାଯାଇଛି ଏବଂ ସାଗର ପୂଜା ହେଉଛି ହିନ୍ଦୁ ସଂସ୍କୃତିର ଏକ ଅଂଶ। ବିଷ୍ଣୁ ପୁରାଣ ଅନୁଯାୟୀ ଦେବତା ଓ ଦାନବମାନ ସମୁଦ୍ର ମନ୍ଥନ କରି ସେଥିରୁ ବିଷ୍ଣୁ, ଲକ୍ଷ୍ମୀ, ଐରାବତ ହସ୍ତୀ, ପାରିଜାତ ପୁଷ୍ପ, ଅମୃତ, ଚନ୍ଦ୍ର ସମେତ ଅନେକ ଧନରତ୍ନ ପାଇଥିଲେ। ପ୍ରାଚୀନ କାଳରେ ଦେଶାନ୍ତର ବାଣିଜ୍ୟ ଓ ଯାତ୍ରା ପାଇଁ ସମୁଦ୍ର ମୁଖ୍ୟ ମାଧ୍ୟମ ଥିଲା। ଓଡ଼ିଆ ବଣିକମାନେ ସମୁଦ୍ରରେ ବୋଇତ ନେଇ ସୁଦୂର ଜାଭା, ବାଲି, ସୁମାତ୍ରା ଆଦି ଦେଶ ସହ ବାଣିଜ୍ୟ କରୁଥିଲେ। ଆଜକୁ ପ୍ରାୟ ୧୫୦୦ ବର୍ଷ ତଳେ ଚାଇନା ପରିବ୍ରାଜକ ହୁଏନସାଂ ସ୍ଥଳପଥରେ ଚାଇନାରୁ ଭାରତ ଆସିଥିଲେ। କିନ୍ତୁ ଫେରିବା ବେଳେ ସେ ଦେଶର ପୂର୍ବଭାଗରେ ଥିବା ତାମ୍ରଲିପି ବନ୍ଦରରୁ ସିଂହଳ (ଆଧୁନିକ ଶ୍ରୀଲଙ୍କା) ଓ ସୁମାତ୍ରା ଦେଇ ବଡ ଜାହାଜରେ ଚାଇନା ଯାଇଥିବା ଲେଖିଛନ୍ତି। ଆଧୁନିକ ଯୁଗରେ ମଧ୍ୟ ସାଗର ଓ ମହାସାଗର ଅବଦାନ କିଛି କମ୍‌ ନୁହେଁ।
ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ସମୁଦ୍ର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୭ ପ୍ରତିଶତ ଅଛି। ମହାସାଗରଗୁଡିକ ପରସ୍ପର ସହ ସଂଯୁକ୍ତ ହୋଇଥିଲେ ସୁଦ୍ଧା ଏହାକୁ ୨୦୦୦ ମସିହା ପୂର୍ବରୁ ଚାରୋଟି ମହାସାଗର-ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍‌ ମହାସାଗର, ଭାରତୀୟ ମହାସାଗର ଓ ସୁମେରୁ ମହାସାଗରରେ ବିଭକ୍ତ କରାଯାଇଥିଲା। ୨୦୦୦ ମସିହାରେ ଅନ୍ତର୍ଜାତୀୟ ଜଳବିଜ୍ଞାନ ସଂସ୍ଥା ଗୋଟିଏ ନୂତନ ମହାସାଗର ସୀମା ନିର୍ଦ୍ଧାରଣ କଲା। ଏହା ହେଉଛି ଦକ୍ଷିଣ ମହାସାଗର। ଏହା ଆଣ୍ଟାର୍କଟିକା ମହାଦେଶକୁ ଘେରି ରହିଛି ଏବଂ ୬୦ ଡିଗ୍ରୀ ଅକ୍ଷାଂଶ ପର୍ଯ୍ୟନ୍ତ ବ୍ୟାପିଛି। ଆୟତନ ଓ ଗଭୀରତାରେ ପ୍ରଶାନ୍ତ ମହାସାଗର ହେଉଛି ବୃହତ୍ତମ। ଏହାବ୍ୟତୀତ ଅନେକଗୁଡିଏ ସାଗର ଓ ଉପସାଗରକୁ (ମହାସାଗରର ଛୋଟ ଛୋଟ ଶାଖା) ଚିହ୍ନଟ କରାଯାଇଛି। କେତୋଟି ବଡ ସାଗର ହେଉଛି ଦକ୍ଷିଣ ଚାଇନା ସାଗର, କାରବିୟାନ ସାଗର ଓ ଭୂମଧ୍ୟ ସାଗର।
ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନ ଅର୍ଦ୍ଧାଧିକ ସାଗର ଦେଇଥାଏ। ପୁନଶ୍ଚ ଆମେ ବାୟୁମଣ୍ଡଳକୁ ନିର୍ଗତ କରୁଥିବା ଅଧିକାଂଶ ଅଙ୍ଗାରକାମ୍ଳକୁ ଏହା ଶୋଷଣ କରିଥାଏ। ଫଳରେ ଏହା ପୃଥିବୀର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ, ଅବଶ୍ୟ ବିଗତ କେତେ ବର୍ଷରେ ଆମେ କଳକାରଖାନାରୁ ଏତେ ଅଧିକ ପରିମାଣରେ ଅଙ୍ଗାରକାମ୍ଳ ନିର୍ଗତ କରୁଛେ ଯେ ବାୟୁମଣ୍ଡଳରେ ଏହାର ପରିମାଣ ବୃଦ୍ଧି ପାଇ ପୃଥିବୀର ତାପମାତ୍ରା ବଢ଼ୁଛି।
ପୃଥିବୀରେ ଜଳଚକ୍ରର ମୁଖ୍ୟ କାରକ ହେଉଛି ସମୁଦ୍ର ସମୁଦ୍ର ଜଳ ବାଷ୍ପୀଭୂତ ହୋଇ ବାୟୁମଣ୍ଡଳକୁ ଯାଏ ଏବଂ ବର୍ଷା ଆକାରରେ ପୃଥିବୀରେ ପଡେ। ଆମର ପାଣିପାଗକୁ ମଧ୍ୟ ଏହା ନିୟନ୍ତ୍ରଣ କରୁଛି। ମୌସୁମୀ ପ୍ରବାହ ସମୁଦ୍ର ଯୋଗୁ ହିଁ ହେଉଛି। ସୂର୍ଯ୍ୟରୁ ଆସୁଥିବା ଉତ୍ତାପରୁ ଅର୍ଦ୍ଧାଧିକ ସମୁଦ୍ର ଶୋଷଣ କରିଥାଏ। ଲୋକମାନଙ୍କର ଅର୍ଥନୈତିକ କ୍ଷେତ୍ରରେ ସମୁଦ୍ରର ମଧ୍ୟ ଅବଦାନ ଅଛି। ଏହା ଆମକୁ ବିଭିନ୍ନ ଜାତିର ମାଛ ପ୍ରଦାନ କରିଥାଏ। ବାଣିଜ୍ୟ କାରବାର ପାଇଁ ସମୁଦ୍ର ପଥ ହିଁ ସୁବିଧାଜନକ ଓ ସର୍ବୋକୃଷ୍ଟ। ସମୁଦ୍ର ଜଳରୁ ଖାଇବା ଲୁଣ ସମେତ ଅନେକ ପ୍ରକାର ଲବର ସଂଗ୍ରହ କରାଯାଏ। ସମୁଦ୍ରରେ ଅନେକ ପ୍ରଜାତିର ଜୀବ ବାସ କରିଥାଆନ୍ତି।
ସମୁଦ୍ରକୁ ଶକ୍ତିର ଭଣ୍ଡାର କୁହାଯାଏ। ସମୁଦ୍ର ଜୁଆରରୁ ବିଦ୍ୟୁତ ଉତ୍ପାଦନ କରାଯାଉଛି। ସର୍ବପୁରାତନ ଜୁଆରୀୟ ବିଦ୍ୟୁତ କେନ୍ଦ୍ର ଫ୍ରାନ୍ସର ଲା ରାନସ୍‌ଠାରେ ୧୯୬୬ରେ ସ୍ଥାପିତ ହୋଇଛି। ସେହିପରି ସମୁଦ୍ର ତରଙ୍ଗ ଓ ଜଳସ୍ରୋତରୁ ମଧ୍ୟ ବିଦ୍ୟୁତ ଉତ୍ପାଦନ ପାଇଁ ପରୀକ୍ଷା ଓ ଗବେଷଣା ଚାଲିଛି। ସମୁଦ୍ର କୂଳରେ ଓ ସମୁଦ୍ର ମଧ୍ୟରେ ଉଚ୍ଚ ଖୁଣ୍ଟ ନିର୍ମାଣ କରି ସେଥିରେ ପବନ ଟରବାଇନ୍‌ ଓ ଜେନେରେଟର ଖଞ୍ଜି ବିଦ୍ୟୁତ ଉତ୍ପାଦନ କରାଯାଉଛି। ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ରହିଛି। ଉଦାହରଣସ୍ବରୂପ ବମ୍ବେ ନିକଟରେ ବମ୍ବେ ହାଏ ଠାରେ ସମୁଦ୍ର ଶଯ୍ୟାରୁ ପେଟ୍ରୋଲିୟମ ଉତ୍ପାଦନ କରୁଛି। ସମୁଦ୍ର ଶଯ୍ୟା ତଳେ ପ୍ରଚୁର ପରିମାଣରେ ମିଥେନ ହାଇଡ୍ରେଟ୍‌ ଠାବ କରାଯାଇଛି। ଏହାକୁ ସଂଗ୍ରହ କରି ଇନ୍ଧନ ଭାବରେ ବ୍ୟବହାର କରିବା ପାଇଁ ଗବେଷଣା ଚାଲିଛି। ଏହା ସଫଳ ହୋଇପାରିଲେ ଏହା ଶକ୍ତିର ଗୋଟିଏ ବଡ ଉତ୍ସ ଭାବରେ ପରିଗଣିତ ହେବ।
ସାଗର ଓ ମହାସାଗରରୁ ଆମେ ଅନେକ ଉପକାର ପାଉଥିଲେ ମଧ୍ୟ ମନୁଷ୍ୟକୃତ ପ୍ରଦୂଷଣରୁ ମୁକ୍ତ ହୋଇନାହିଁ। ସମୁଦ୍ର ବେଳାଭୂମି ଓ ଜାହାଜଗୁଡିରୁ ସମୁଦ୍ରକୁ ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ପଦାର୍ଥ ସାମୁଦ୍ରିକ ଜୀବଗୁଡିକ ପ୍ରତି ବିପଦ ସୃଷ୍ଟି କରିଛି। ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ପ୍ରାୟ ଦଶ ଲକ୍ଷ ସାମୁଦ୍ରିକ ପକ୍ଷୀ ଓ ଏକ ଲକ୍ଷ ସାମୁଦ୍ରିକ ଜୀବ ପ୍ରଭାବିତ ହେଉଛନ୍ତି। ପୁନଶ୍ଚ ତୈଳବାହୀ ଦୁର୍ଘଟଣା ଯୋଗୁ ଅନେକ ପେଟ୍ରୋଲିୟ ପଦାର୍ଥ ସମୁଦ୍ର ଜଳରେ ମିଶି ସାମୁଦ୍ରିକ ଜୀବଗୁଡିକ ପାଇଁ ବିପଦର କାରଣ ହୋଇଛି।
ମନୁଷ୍ୟ ସମାଜ ପ୍ରତି ମହାସାଗରର ଅବଦାନ ଏବଂ ଏହାର ପ୍ରଦୂଷଣ ନିୟନ୍ତ୍ରଣ ନିମିତ୍ତ ଜନ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ଜୁନ୍‌ ମାସ ୮ ତାରିଖକୁ ‘ବିଶ୍ୱ ମହାସାଗର ଦିବସ’ ଭାବେ ପାଳନ କରୁଛି। ୨୦୦୯ରୁ ଏହା ପାଳନ କରାଯାଉଅଛି। ତା’ସହ ପ୍ରତ୍ୟେକ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟ (ଥିମ୍‌) ନିର୍ବାଚନ କରାଯାଇ ତାହା ଉପରେ ଆଲୋଚନା ହେଉଛି। ଏହି ବର୍ଷର ଥିମ ହେଲା ”ପୋଷଣଶୀଳ ମହାସାଗର ପାଇଁ ନୂତନ ଉପାୟ“। ଅର୍ଥାତ୍‌, ମହାସାଗର କିପରି ସବୁଦିନ ପାଇଁ ଆମକୁ ନିର୍ବିଘ୍ନରେ ସେବା, ସେଥିପାଇଁ ନୂଆ ଉପାୟ ବାହାର କରାଯିବା ପାଇଁ ଏହା ହେଉଛି ଏକ ଆହ୍ବାନ ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର,
ଫେଜ୍‌-୧,ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri