Posted inଖେଳ

ରଣଜୀ ଟ୍ରଫି: ସୁଜିତଙ୍କ ଅର୍ଦ୍ଧଶତକ: ଓଡ଼ିଶାର ଇନିଂସ ଅଗ୍ରଣୀ

କଟକ ଅଫିସ,୧୧।୧୨- ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଛତିଶଗଡ଼ ବିପକ୍ଷରେ ଚାଲିଥିବା ରଣ୍‌ଜୀ ଟ୍ରଫି ଏଲିଟ୍‌ ଗ୍ରୁପ-ସି’ର ଏକ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସ୍‌ ଅଗ୍ରଣୀ ହାସଲ କରିଛି। ଛତିଶଗଡ଼ର ପ୍ରଥମ ଇନିଂସ ୧୩୪ ରନ ଜବାବରେ ଓଡ଼ିଶା ୨୧୫ ରନରେ ଅଲଆଉଟ ହୋଇଥିଲା। ଉଇକେଟକିପର ସୁଜିତ ଲେଙ୍କା ଓଡ଼ିଶା ନିମନ୍ତେ ସର୍ବାଧିକ ୫୬ ରନ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ ରହିଥିଲା। ମଙ୍ଗଳବାର ଦ୍ୱିତୀୟ ଦିବସ ଖେଳର ଷ୍ଟମ୍ପ ଅପସାରଣ ସୁଦ୍ଧା ଛତିଶଗଡ଼ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରି ଗୋଟିଏ ଉଇକେଟ ହରାଇ ୪୫ ରନ କରିଛି।
ଅସମାପ୍ତ ପ୍ରଥମ ଇନିଂସ୍‌ ୪୮/୩ରୁ ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହୋଇଥିଲା। ଦୁଇ ଅଭିଜ୍ଞ ଖେଳାଳି ବିପ୍ଳବ ସାମନ୍ତରାୟ(୪ ରନ) ଓ ଗୋବିନ୍ଦ ପୋଦ୍ଦାର(୦) ଅପରାଜିତ ଥିଲେ। ଗୋବିନ୍ଦ ପୋଦ୍ଦାର ୨ ରନ କରିବା ପରେ ପୂନୀତ ଦତ୍ତେଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ବିପ୍ଳବ ଓ ଅଲରାଉଣ୍ଡର ଅଭିଶେକ ରାଉତ ୫ମ ଉଇକେଟରେ ୨୯ ରନ ଯୋଡ଼ିଥିଲେ ମଧ୍ୟ ଦୀର୍ଘ ସମୟ କ୍ରିଜରେ ତିଷ୍ଠି ରହିଥିଲେ। ଅଭିଶେକ ୬୮ ବଲରୁ ୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ବିପ୍ଳବ ଓ ସୁଜିତ ୬ଷ୍ଠ ଉଇକେଟରେ ୪୩ ରନର ଭାଗୀଦାରି ସୃଷ୍ଟି କରିଥିଲେ। ବିପ୍ଳବ ୧୦୦ ବଲ ସାମ୍ନା କରି ୩୦ ରନରେ ଆଉଟ ହୋଇଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହ ଭାଗୀଦାରି ସୃଷ୍ଟି କରି ସୁଜିତ ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୨୩ ବଲରୁ ୩୩ ରନ୍‌ ଦ୍ରୁତ ଇନିଂସ ଖେଳିଥିବା ବେଳେ ରାଜେଶ ମହାନ୍ତି ୧୭ ରନ କରିଛନ୍ତି। ୧୧୭ ବଲରୁ ୧୦ଟି ଚୌକା ବଳରେ ସୁଜିତ ୫୬ ରନ କରି ପ୍ୟାଭିଲିୟନ ଫେରିଥିଲେ। ବସନ୍ତ ୩ରନରେ ଅପରାଜିତ ଥିଲେ। ଛତିଶଗଡ଼ ପକ୍ଷରୁ ପୁନୀତ ଦତ୍ତେ ସର୍ବାଧିକ ୪ଟି ଏବଂ ଶଶାଙ୍କ ସିଂ ୨ଟି, ପଙ୍କଜ ରାଓ ଓ ବୀରପ୍ରତାପ ସିଂ ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି। ପ୍ରଥମ ଇନିଂସରେ ଓଡ଼ିଶା ୭୨ ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଛତିଶଗଡ଼ ୧୩ ରନରେ ଓପନର ଅବିନାଶ ଧାଲିୱାଲଙ୍କ ଉଇକେଟ ହରାଇଛି। ଅବିନାଶ ୫ ରନରେ ବସନ୍ତଙ୍କ ଶିକାର ହୋଇଥିଲେ। ଷ୍ଟମ୍ପ୍ସ ଅପସାରଣ ବେଳକୁ ଜୀବନଜ୍ୟୋତ୍‌ ସିଂ ୧୨ ରନରେ ଓ ଆଶୁତୋଷ ସିଂ ୨୬ ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri