ରଙ୍ଗ ମିସ୍ତ୍ରୀ କାମ କରି ସୁନାଗହଣା ନେଇ ଚମ୍ପଟ, ଯାଜପୁର ରେଳଷ୍ଟେଶନରୁ ଅଭିଯୁକ୍ତ ଗିରଫ

ଢେଙ୍କିକୋଟ, ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ତୋରାଣିପୋଖରୀ ଗ୍ରାମର ପ୍ରଶ୍ନଜିତ୍‌ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଯୁବକ ମଙ୍ଗଳବାର ଦ୍ୱିପ୍ରହର ସମୟରେ ସୁନାଗହଣା ଧରି ଚମ୍ପଟ ମାରିଥିଲେ। ଘରମାଲିକ ପ୍ରଶ୍ନଜିତ୍‌ ଏହା ଜାଣିବା ପରେ ଢେଙ୍କିକୋଟ ଫାଣ୍ଡିକୁ ଖବର ଦେଇଥିଲେ। ପ୍ରଶ୍ନଜିତ୍‌ ମିଶ୍ର, ତାଙ୍କ ସହଯୋଗୀ ବିଶ୍ୱନାଥ ବାରିକ ଓ ଫାଣ୍ଡି ଅଧିକାରୀ ସଦଳବଳେ ସହ ରଙ୍ଗ ମିସ୍ତ୍ରୀ ଜୋବର ସେକ୍‌ଙ୍କୁ ଖୋଜାଖୋଜି କରି ଯାଜପୁର ରେଳଷ୍ଟେଶନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଜୋବର ମୁର୍ଶିଦାବାଦକୁ ଟିକେଟ କାଟି ଛିଡ଼ା ହୋଇଥିବା ବେଳେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ତାଙ୍କଠାରୁ ସମସ୍ତ ଚୋରି ସୁନାଗହଣା ସମେତ ନଗଦ ୨ହଜାର ଟଙ୍କା, ଆଲମାରି ଚାବି ଜବତ ହୋଇଛି। ଏନେଇ ଘଟଗଁା ଥାନାରେ ଏକ ମାମଲା ରୁଜୁ ହୋଇଛି।

ପ୍ରଶ୍ନଜିତ୍‌ ନିଜ ଘର ରଙ୍ଗ କରାଇବାକୁ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜୋବାର ସେକ(୪୦)ଙ୍କୁ ଦେଇଥିଲେ। ମାତ୍ର କେତେଦିନ ଘର ରଙ୍ଗ ମାରିବା ପରେ ସେ ତାଙ୍କ ଘରେ ବିଶ୍ୱାସ ଜନ୍ମାଇଥିଲା ଏବଂ ଘରର ଜିନିଷପତ୍ର ଆଲମାରୀ ଚାବି କେଉଁଠାରେ ରହୁଛି ସେସବୁ ଉପରେ ନଜର ରଖିଥିଲା। ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ଘରେ କୌଣସି ପୁରୁଷ ନ ଥିବା ବେଳେ ୨ବୋହୂ ଘର କାମରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ଜୋବାର ସେକ୍‌ ଆଲମାରି ଚାବି ଖୋଲି ଗୋଟିଏ ସୁନା ହାର, ଦୁଇଟି ମଙ୍ଗଳ ସୂତ୍ର, ୪ଟି ସୁନା ଲକେଟ, ସୁନା ଚେନ, ସୁନା ବାହୁଟି ଏବଂ ନଗଦ ୨ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ବୋହୂ ଦୁଇଜଣ ନିଜ କାମ ସାରି ରଙ୍ଗ ମିସ୍ତ୍ରୀଙ୍କୁ ନ ପାଇ ନିଜ ସ୍ବାମୀମାନଙ୍କୁ ଖବର ଦେଇଥିଲେ। ଏଣେ ଆଲମାରୀ ଚାବି ମଧ୍ୟ ମିଳି ନ ଥିଲା। ଖୋଜାଖୋଜି କରି ବିଫଳ ହେବା ଫଳରେ ପ୍ରଶ୍ନଜିତ ମିଶ୍ର ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ାଙ୍କୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ହଙ୍ଗାମା: ସ୍ତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, ଆଉ ତା’ ପରେ…

ବାଲେଶ୍ୱର,୧୮ା୨(ବାଞ୍ଛାନିଧି ଦେ): ସ୍ବାମୀ ପାଲଟିଗଲେ ରାକ୍ଷସ। ଶ୍ୱଶୁର ଘରେ ସ୍ତ୍ରୀ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଲେ ସ୍ବାମୀ। ଝିଅକୁ ବଞ୍ଚାଇବାକୁ ଯାଇ ଶ୍ୱଶୁର, ଶାଶୁ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri