ରଙ୍ଗିନ ଫୁଲରେ ଝଲସୁଛି ଏକାମ୍ର କାନନ, ପ୍ରଦର୍ଶିତ ହେଉଛି ୪୦୦ପ୍ରଜାତିର ଫୁଲ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ)- ଭଳିକିଭଳି ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌, କମଳା, ନୀଳ, ହଳଦିଆ ଆଦି ରଙ୍ଗ ବେରଙ୍ଗ ଗୋଲାପ ସାଙ୍ଗକୁ ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ ଲୋକଙ୍କୁ ଆକର୍ଷିତ କରୁଛି। ଏଭଳି ପ୍ରାୟ ୪୦୦ ପ୍ରଜାତିର ଉଭୟ ଦେଶୀ ଓ ବିଦେଶୀ ଫୁଲର ପସରା ଦେଖିବାକୁ ମିଳିଛି। ଲୋକଙ୍କ ମଧ୍ୟରେ ଫୁଲ ଚାଷ ପ୍ରତି ଆଗ୍ରହ ସୃଷ୍ଟି କରିବା ତଥା ରାଜଧାନୀକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟ ନେଇ ଶନିବାର ଉଦ୍‌ଘାଟିତ ହୋଇଯାଇଛି ‘ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ’।

ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ମିଳିତ ଆନୁକୂଲ୍ୟରେ ଏକାମ୍ର କାନନଠାରେ ଏହି ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି। ଦୁଇଦିନ ଧରି ହେବାକୁ ଥିବା ଏହି ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଓ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାଜୀବ କୁମାର ପ୍ରମୁଖ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଚଳିତବର୍ଷ ପ୍ରାୟ ୪୦୦ ପ୍ରଜାତିର ୧୦ ହଜାରରୁ ଊର୍ଦ୍ଧ୍ୱ ଉଭୟ ଦେଶୀ ଓ ବିଦେଶୀ ଫୁଲ ପ୍ରଦର୍ଶିତ ହେଉଛି। ତେବେ ଗତବର୍ଷ ଅପେକ୍ଷା ଏଥର ଅଧିକ ସଂଖ୍ୟକ ଏଣ୍ଟ୍ରି ହୋଇଥିବା ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ୍ରଦର୍ଶନୀରେ ଫୁଲଗୁଡ଼ିକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି। କିଛି ପ୍ରଦର୍ଶନୀ ପାଇଁ ରଖାଯାଇଥିବାବେଳେ ଆଉ କିଛି ବିକ୍ରି କରାଯାଉଛି। ବିଦେଶୀ ଫୁଲଗୁଡ଼ିକ ମଧ୍ୟରେ ଗ୍ଲାଡିଓଲି, କ୍ରୋଟନ, କ୍ୟାକ୍‌ଟସ, କାନୁନ୍‌ଣ୍ଡୋଲା, କାରିଆଫିସ୍‌, ଡାଇନାଥସ୍‌, ଆଷ୍ଟର, ଲିଲିୟମ୍‌, ସାଲ୍‌ଭିଆ, ଜିନିଆ ଏବଂ ଆନ୍ଥୁରିୟମ୍‌ ପ୍ରଭୃତି ରହିଛି। ସେହିଭଳି ଲୋକପ୍ରିୟ ଗେଣ୍ଡୁ, ଗୋଲାପ ଏବଂ ଡାଲିଆ ଆଦି ଦେଶୀ ଫୁଲ ମଧ୍ୟରେ ସ୍ଥାନ ପାଇଛି। ଚଳିତବର୍ଷ ଏକ ସ୍ବତନ୍ତ୍ର ‘ଅର୍କିଡ୍‌’ ବିଭାଗ କରାଯାଇଛି, ଯେଉଁଥିରେ ୧ ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ହାଇବ୍ରିଡ୍‌ ଓ ଜଙ୍ଗଲୀ ଅର୍କିଡ୍‌ ପ୍ରଦର୍ଶିତ ହେଉଛି।

ଫୁଲଗଛ ବିକ୍ରି ଲାଗି ଏକ ପ୍ଲାଣ୍ଟ୍‌ ବଜାର ଖୋଲିଛି। ଏଠାରେ ୪୬ ନର୍ସରୀରେ ବିକ୍ରିବଟା କରାଯାଉଛି। କେବଳ ଫୁଲ ଗଛ ନୁହେଁ, ବିଭିନ୍ନ ପ୍ରଜାତିର ଫୁଲ ମଞ୍ଜି, ବଗିଚା ଉପକରଣ, ସାର ଏବଂ ରସାୟନ ପ୍ରଭୃତି ଏଠାରେ ଉପଲବ୍ଧ ହେଉଛି। ଦେଖେଣାହାରୀ ଆଗ୍ରହର ସହ ଏଗୁଡ଼ିକୁ କିଣି ଘରକୁ ନେଇଯାଉଛନ୍ତି। ସମସ୍ତେ କିପରି ଫୁଲ ବଗିଚାଟିଏ ତିଆରି କରିବାକୁ ଆଗ୍ରହୀ ହେବେ, ସେନେଇ ସଚେତନ କରିବାକୁ ପ୍ରଦର୍ଶନୀରେ ବିଭିନ୍ନ ସଂସ୍ଥା ପକ୍ଷରୁ ମିନି ଗାର୍ଡେନର ବ୍ୟବସ୍ଥା ହୋଇଛି। ଅନ୍ୟପଟେ ପ୍ଲାଣ୍ଟ୍‌ ଲଭର୍ସ ଆସୋସିଏଶନ୍‌ ପକ୍ଷରୁ ‘ବଗିଚା ପ୍ରତିଯୋଗିତା’ ମଧ୍ୟ କରାଯାଇଛି। ୯୫ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ଏହାସହ ଅନୁଷ୍ଠିତ ଏକ ଚିତ୍ରାଙ୍କନ ଓ ପୋଷ୍ଟର ପ୍ରତିଯୋଗିତାରେ ୫ଶହରୁ ଊର୍ଦ୍ଧ୍ୱ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ। ସନ୍ଧ୍ୟାରେ ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟୟ, ଓଡ଼ିଶା ଜୈବ ବିବିଧତା ବୋର୍ଡ ଅଧ୍ୟକ୍ଷ ମାଲୋଥ୍‌ ମୋହନ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଫୁଲରେ ରଙ୍ଗୋଲି ସାଙ୍ଗକୁ ପନିପରିବାରେ ଆଖି ଝଲସିଗଲା ପରି ବିଭିନ୍ନ କଳା ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ପୁଷ୍ପ ପ୍ରଦର୍ଶନୀର ପ୍ରବେଶ ପଥକୁ ଫୁଲରେ କୋଣାର୍କ ମନ୍ଦିର ସଦୃଶ ଏକ ଗେଟ୍‌ କରାଯାଇଛି। ପ୍ରଥମ ଦିନରେ ପ୍ରଦର୍ଶନୀ ଦେଖିବାକୁ ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଆସିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟେଜନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ଘୋଷଣା: ମହେଶ୍ୱର ସାହୁଙ୍କୁ ମିଳିଲା ଗୁୁରୁଦାୟିତ୍ୱ

ବଞ୍ଚୋ,୧୦।୪(ପ୍ରଦୋଷ ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି (ଭାଜପା) ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ…

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri