ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ନ୍ୟୁୟର୍କ ସିଟିରେ ଥିବା ଇସାହନ୍‌ ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ କରୋନା ସଂକ୍ରମଣର ଭୟାବହତା ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କ ରକ୍ତରେ ଟେଲଟାଲେ ଆଣ୍ଟିବଡ଼ି ରହିଥାଏ ସେଭଳି ଲୋକଙ୍କଠାରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଏଚ୍‌ଆଇଭି ଏଡସ୍‌ ଭୂତାଣୁ ଭଳି କରୋନା ଭୂତାଣୁ ମଧ୍ୟ ଟେଲଟାଲେ ଆଣ୍ଟିବଡ଼ି ଉପସ୍ଥିତିରେ ଶୀଘ୍ର ବଂଶ ବିସ୍ତାର କରିଥାଏ। କରୋନା ଏଡସ୍‌ ଭୂତାଣ ଭଳି ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ନାଶା ରନ୍ଧ୍ରରୁ ଶ୍ୱାସନଳୀ ସଂକ୍ରମଣ ପରେ ଫୁସଫୁସ୍‌କୁ ସଂକ୍ରମିତ କରିଥାଏ। ଏହାପରେ ଲିଭରର ସ୍ବାଭାବିକ କାର୍ଯ୍ୟକାରିତାକୁ ପ୍ରଭାବିତ କରେ। ପରବର୍ତ୍ତୀ ସମୟରେ କିଡ୍‌ନୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଶେଷରେ ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। କରୋନାଠାରୁ କେବଳ ସଚେତନା ଦ୍ୱାରା ହିଁ ଦୂରେଇ ହେବ। ତେଣୁ ଏହାର ଭୟାବହତା ସମ୍ପର୍କରେ ଅବଗତ ହୋଇ ପୃଥିବୀର ବିଭିନ୍ନ ଦେଶର ସରକାର ଲକ୍‌ଡାଉନ୍‌ ସ୍ଥିତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Share