ରକ୍ତଭଣ୍ଡାରରେ ରକ୍ତ ଅଭାବ: ସ୍ବେଚ୍ଛାସେବୀ କଲେ ରକ୍ତଦାନ

ଲୋଇସିଂହା,୧୫।୪(ଡି.ଏନ.ଏ.): ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ଲୋଇସିଂହା ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ଲୋଇସିଂହାଠାରେ ସମାଜିକ ଦୂରତା ରକ୍ଷା କରି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଢୋଲମହୁଲଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ ୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଲକଡାଉନ ପରିସ୍ଥିତିରେ ବଲାଙ୍ଗୀର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି। ରକ୍ତା ଅଭାବ ରକ୍ତିଶିକୁଳି ଓ ପ୍ରସୂତି ମହିଳାଙ୍କ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଛି। ରକ୍ତ ଅଭାବ ସମସ୍ୟାକୁ ଦୂର ପାଇଁ ଏହି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବିଙ୍ଗହ୍ୟୁମାନ ଫାଉନଣ୍ଡେଶନର ସଭାପତି ସୋମନାଥ ମିଶ୍ର, ବିଜେଡି ରାଜ୍ୟ ପରିଷଦଦ ସଭ୍ୟ ନିହାର ରଞ୍ଜନ ବେହେରା, ଯୁବବାହିନୀ ଜିଲା ସଂଯୋଜକ ରାଜେନ୍ଦ୍ର ଝାଙ୍କରଙ୍କ ନେତୃତ୍ୱରେ ଯୁବବାହିନୀ ସ୍ବେଚ୍ଛାସେବୀ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଶିବିରକୁ ଡା ସନ୍ଧ୍ୟାରାଣୀ ସାହୁ, ରଞ୍ଜନ ବରାଡ, ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଏସ.କେ. ଅବଦୁଲ ଅସରଫ, କେଶବ ଶାଣ୍ଢ, ସୁଶୀଲ ସୁନା ଓ ଉପେନ୍ଦ୍ର ସେଠ ପରିଚାଳନା କରିଥିଲେ।