ରକ୍ତଦାନ ନିଶାରେ ବାପି: କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ମୃତ୍ୟୁ ବଦଳାଇଦେଲା ଚିନ୍ତାଧାରା

କାମାକ୍ଷାନଗର, ୨୬।୮: ରକ୍ତଦାନ କରିବାକୁ ଆଗ୍ରହ ନ ଥିଲା। କ୍ୟାନ୍‌ସର ଆକ୍ରାନ୍ତ ବାପାଙ୍କ ପାଇଁ ବାଧ୍ୟବାଧକତାରେ ପ୍ରଥମ ଥର ଶରୀରରେ ଫୋଡ଼ା ହୋଇଥିଲା ରକ୍ତ ସଂଗ୍ରହ ଛୁଞ୍ଚତ୍। ଡାକ୍ତରଙ୍କ ସମସ୍ତ ଉଦ୍ୟମ ବୃଥା ଗଲା। ବାପା ଚାଲିଗଲେ ଆରପାରିକୁ। ହେଲେ ଏହି ଘଟଣା ପରେ ସମ୍ପୂର୍ଣ୍ଣ ବଦଳିଗଲା ତାଙ୍କ ଚିନ୍ତାଧାରା। ସେ ହୃଦୟଙ୍ଗମ କରିପାରିଥିଲେ ରୋଗୀ ପାଇଁ ରକ୍ତର ଆବଶ୍ୟକତାକୁ। ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ରକ୍ତଦାନ ନିଶାରେ ପଡ଼ିଥିବା ଏହି ଯୁବକ ହେଲେ ସୁମନ୍ତ କୁମାର ବେହେରା ଓରଫ୍‌ ବାପି। ରକ୍ତସଙ୍କଟ ସମୟରେ ସେ ପାଲଟିଯାଆନ୍ତି ରୋଗୀଙ୍କ ତ୍ରାଣକର୍ତ୍ତା। ପେସାରେ ଜଣେ ସେଲ୍ସମ୍ୟାନ୍‌ ହୋଇଥିଲେ ମଧ୍ୟ ଏପରି ମହତ୍‌ କାର୍ଯ୍ୟ ତାଙ୍କୁ ଜନମାନସରେ ପରିଚିତ କରାଇଛି।
ଢେଙ୍କାନାଳ ଜିଲା କାନପୁରା ପଞ୍ଚାୟତ ଜିରିଡ଼ାମାଳିରେ ରୁହନ୍ତି ବାପି। ୨ଭାଇ, ଜଣେ ଭଉଣୀ, ବୃଦ୍ଧା ମା’ଙ୍କୁ ନେଇ ତାଙ୍କ ପରିବାର। ୧୦ ବର୍ଷ ହେଲା ବାପା ଆରପାରିରେ। ମଝିଆ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ବଡ଼ ଭାଇ ନିଜ ପରିବାର ସହ ସରାଙ୍ଗରେ ରହୁଛନ୍ତି। ଆର୍ଥିକ ସ୍ଥିତି ସେତେଟା ସ୍ବଚ୍ଛଳ ନୁହେଁ। ଭଙ୍ଗା ନୂଆଣିଆ ଦୁଇ ବଖରା ଚାଳଘରେ ବୃଦ୍ଧା ମା’ ଏବଂ ବାପି ରହୁଛନ୍ତି।
ନିଜର ଅଙ୍ଗେନିଭା ଅନୁଭୂତି ବଖାଣି ବାପି କୁହନ୍ତି, ୨୦୧୦ରେ ହଠାତ୍‌ ବାପାଙ୍କ ସ୍ବାସ୍ଥ୍ୟ ବିଗିଡ଼ିଗଲା। ଜ୍ୱର ଛାଡ଼ିଲାନି। ହିମଗ୍ଲୋବିନ୍‌ କମିଗଲା। ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ସତ୍ତ୍ୱେ ସୁଫଳ ମିଳିଲାନି। ଡାକ୍ତର କଟକ ନେଇଯିବାକୁ ପରାମର୍ଶ ଦେଲେ। ସେଠାରେ ପରୀକ୍ଷା ପରେ ବାପା କ୍ୟାନ୍‌ସର ଆକ୍ରାନ୍ତ ବୋଲି ଜଣାପଡ଼ିଲା। ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ଦେଖାଦେଲା। ସେତେବେଳକୁ ଜମାରୁ ୨୩ବର୍ଷ। ରକ୍ତଦାନ ବିଷୟରେ ସେତେଟା ଜ୍ଞାନ ନ ଥାଏ। ଭୟ ଲାଗୁଥାଏ। ଇଚ୍ଛା ନ ଥିଲେ ମଧ୍ୟ କଟକ ରକ୍ତଭଣ୍ଡାରରେ ପ୍ରଥମ ଥର ରକ୍ତ ଦେବାକୁ ପଡ଼ିଲା। କିଛିଦିନର ଚିକିତ୍ସା ପରେ ସମସ୍ତଙ୍କୁ ପରକରି ବାପା ଆରପାରିକୁ ଚାଲିଗଲେ। ଏହି ଘଟଣା ମନରେ ଗଭୀର ରେଖାପାତ କଲା। ସେହିଦିନ ହିଁ ବୁଝାପଡ଼ିଲା ରୋଗୀ ପାଇଁ ରକ୍ତର ମହତ୍ତ୍ୱ କେତେ। ୩୨ବର୍ଷ ବୟସରେ ଅଦ୍ୟାବଧି ସେ ୩୫ ଥର ରକ୍ତଦାନ କରିସାରିଲେଣି। ତାଙ୍କଠାରୁ ପ୍ରେରଣା ପାଇ ଅନେକ ଯୁବକ ମଧ୍ୟ ଏଥିପ୍ରତି ଆଗ୍ରହୀ ହେଉଥିବା ସେ କହିଛନ୍ତି।
ନିଜର ବୃତ୍ତିଗତ ଜୀବନ ବିଷୟରେ ବାପି କୁହନ୍ତି, ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଯୁକ୍ତ ୨ପରେ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼ିଲା। ଏବେ ସେ ଏକ ଶପିଂ ମଲ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରୁଛନ୍ତି। ରକ୍ତ ଆବଶ୍ୟକ ପଡ଼ିଲେ ତାଙ୍କୁ ଖୋଜାପଡ଼େ। କୌଣସି କାରଣରୁ ଯଦି ସେ ରକ୍ତଦାନ କରିବାକୁ ଅସମର୍ଥ ହୁଅନ୍ତି, ତେବେ ରକ୍ତ ଯୋଗାଡ଼ କରିଦେଇଥାନ୍ତି। ଏଥିପାଇଁ ମଲ୍‌ ମାଲିକ ମଧ୍ୟ ସହଯୋଗ କରିଥାନ୍ତି। ନିକଟ ଅତୀତରେ ତାଳଚେର ଅଞ୍ଚଳର ଜଣେ ୧୨ ବର୍ଷର ଶିଶୁଙ୍କ ଘରୋଇ ହସ୍ପିଟାଲରେ ହାର୍ଟ ଅପରେଶନ ହୋଇଥିଲା। ଏହି ସମୟରେ ବାପି ରକ୍ତଦାନ କରିଥିଲେ, ଯାହା ତାଙ୍କୁ ଗଭୀର ଆତ୍ମସନ୍ତୁଷ୍ଟି ଦେଇଥିଲା। ଜୀବନ ଥିବା ଯାଏ ଏପରି ମହତ୍‌ କାର୍ଯ୍ୟ ଜାରି ରଖିବେ ବୋଲି ବାପି ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri