ରକ୍ତଦାନ କଲେ ୧୧ ସ୍ବେଚ୍ଛାସେବୀ

ଦେଓଗାଁ,୧୦ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗୈାରଗୋଠ ଆଜାଦ ହିନ୍ଦ ୟୁଥ କ୍ଲବର ୧୧ ଜଣ ସ୍ବେଚ୍ଛାସେବୀ ଶୁକ୍ରବାର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଛନ୍ତି । ବର୍ତ୍ତମାନ ସାରାଦେଶରେ କରୋନା ମହାମାରୀ ପାଇଁ ଲକଡାଉନ ରହିଥିବାରୁ ରକ୍ତର ଅଭାବ ପରିଲକ୍ଷିତହୋଇଛି। ଭୀମଭୋଇ ମେଡିକାଲରେ ମଧ୍ୟ ରକ୍ତର ଘୋର ଅଭାବ ରହିଥିବା ଜାଣି ଗୈାରଗୋଠ ଆଜାଦହିନ୍ଦ ୟୁଥ କ୍ଲବର ସଦସ୍ୟମାନେ ରକ୍ତ ଦାନ କରିବାପାଇଁ ସଂକଳ୍ପ ନେଇଥିଲେ । ପରେ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀଙ୍କୁ ଅବଗତ କରି ଶୁକ୍ରବାର ସାମାଜିକ କର୍ମୀ ପୁରନ୍ଦର ଭୋଇ ଓ କ୍ଲବ ସମ୍ପାଦକ ଜୟସିଂ କୁମ୍ଭାରଙ୍କ ନେତୃତ୍ୱରେ ପ୍ରତାପ କିଶୋର ମଲ୍ଲିକ, ପିଙ୍କୁ ଭୋଇ, ପିତାମ୍ବର ପଧାନ, କୋଣାର୍କ ସେଠ, କାଞ୍ଚନ ନାଗ, ବିବେକ ରଣା ପ୍ରମୁଖ ଭୀମଭୋଇ ମେଡିକାଲସ୍ଥିତ ରକ୍ତ ଭଣ୍ଡାରକୁଯାଇ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଗୌରଗୋଠ ସରପଞ୍ଚ ପ୍ରତିମା ନନ୍ଦ, ସାମାଜିକ କର୍ମୀ ମୟ ନନ୍ଦ, ଉପେନ୍ଦ୍ର ଧରୁଆ, ନବୀନ ନାୟକ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉସତ୍ାହିତ କରିଥିଲେ। ରକ୍ତଭଣ୍ଡାର ତରଫରୁ ସମସ୍ତ ରକ୍ତଦାତାଙ୍କୁ ମାନପତ୍ରଦେଇ ସମ୍ମାନୀତ କରାଯାଇଥିଲା ।