ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ। ରକ୍ତରେ ଶର୍କରା ପରିମାଣ କମ୍‌ କରିବାକୁ ମଧ୍ୟ ଗ୍ରୀନ୍‌ କଫିର ସେବନ କରିପାରିବେ। ଗ୍ରୀନ୍‌ କଫି ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଗ୍ରୀନ୍‌ କଫିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ ସମସ୍ତ ପ୍ରକାର ସଂକ୍ରମଣରୁ ରକ୍ଷା କରିଥାଏ। ସବୁଠୁ ଭଲ କଥା ହେଉଛି, ଅନ୍ୟ କଫିକୁ ଦିନକୁ ଥରକରୁ ଅଧିକ ପିଇଲେ ଖରାପ ପ୍ରଭାବ ପଡୁଥିବା ବେଳେ ଗ୍ରୀନ୍‌ କଫିକୁ ଦିନରେ ଯେତେ ଇଚ୍ଛା ସେତେ ପିଇଲେ ଶରୀରରେ କୌଣସି ପ୍ରଭାବ ପଡି ନ ଥାଏ।