Categories: ଜାତୀୟ

ଯୌତୁକରେ ମୋଟରସାଇକେଲ ନ ମିଳିବାରୁ ବିବାହ ମଣ୍ଡପରୁ ଫେରିଲେ ବର

ଜୟପୁର, ୨୦।୫: ଯୌତୁକ ନ ମିଳିବାରୁ ବିବାହ ମଣ୍ଡପରୁ ଫେରି ଯାଇଛନ୍ତି ବର। ରାଜସ୍ଥାନର ବାରନ ଜିଲାରେ ଏଭଳି ଘଟଣା ଘଟିଛି। ଏନେଇ ଥାନାରେ ଏତଲା ଦେଇଛନ୍ତି କନ୍ୟା। ସୂଚନାଯୋଗ୍ୟ, ଝାଲାବାଡ ଜିଲାର ମେଘରାଜ ଲୋଧା ନିଜ ବିବାହ ପୂର୍ବରୁ ମୋଟ ସାଇକେଲ ଡିମାଣ୍ଡ କରିଥିଲେ। କନ୍ୟା ଘର ପକ୍ଷରୁ ବିବାହ ଦିନ ଏହା ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ। କିନ୍ତୁ ବିବାହ ଦିନ ଏହାକୁ ଦେବାରେ ଅକ୍ଷମ ହେବାରୁ ମେଘରାଜ ବରଯାତ୍ରୀ ସହ ବିବାହ ବେଦୀରୁ ଘରକୁ ଫେରିଆସିଥିଲେ। ପରେ କନ୍ୟା ଘର ପକ୍ଷରୁ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଗତକିଛିଦିନ ତଳେ ହାଇଦ୍ରାବାଦରେ ମଧ୍ୟ ଏକ ଯୌତୁକ ମାମଲା ସାମ୍ନାକୁ ଆସିଥିଲା। ଯୌତୁକ ଲୋଭରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ପିଟପିଟି ହତ୍ୟା କରିଥିଲେ।

Share