Categories: ମେଟ୍ରୋ

ଯୋଡ଼ା ନାବାଳିକା ଗଣବଳାତ୍କାର ମାମଲା

ଭୁବନେଶ୍ୱର, ୨୮।୬(ବ୍ୟୁରୋ) : କେନ୍ଦୁଝର ଜିଲା ଯୋଡା ଅଞ୍ଚଳରେ ଗତ ସୋମବାର ଜଣେ ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଗୁରୁବାର ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ପିଟିଶନ କରିଛନ୍ତି। ପୀଡିତାଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦୁଝର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।