ଯୋଡ଼ା ଖଣି ଅଞ୍ଚଳରେ ଛଟ୍‌ ପର୍ବ ପାଳନ

ଯୋଡ଼ା, ୩।୧୧(ଡି.ଏନ୍‌.ଏ.): ସୂର୍ଯ୍ୟ ଉପାସନାର ପର୍ବ ଛଟ୍‌ ପୂଜା ଅବସରରେ କେନ୍ଦୁଝର ଯୋଡା ଖଣି ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ପୂଜାର ତିନି ଦିନ ପୂର୍ବରୁ ପ୍ରଥମ ଦିନରେ ଶ୍ରଦ୍ଧାଳୁମାନେ ସ୍ନାନ କରି ଏକ ଓଳି ସାତ୍ତ୍ୱିକ ଖାଦ୍ୟ ଖାଇ ଉପବାସ ଆରମ୍ଭ କରିଥାନ୍ତି । ଦ୍ୱିତୀୟ ଓ ତୃତୀୟ ଦିନରେ ଉପବାସ ରଖିବା ପରେ ପୂଜା ଶେଷରେ ଉପବାସ ବ୍ରତ ଭଙ୍ଗ କରିଥାନ୍ତି । ଏହି ତିନିଦିନରେ ପ୍ରାତଃ ସୂର୍ଯ୍ୟୋଦୟ ସମୟରେ ଜଳରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ସେହିପରି ସୂର୍ଯ୍ୟାସ୍ତ ସମୟରେ ସ୍ନାନ ପୂର୍ବକ ବୁଡ ଦେଇ ସୂର୍ଯ୍ୟଦେବତାଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି । ଏହି ପୂଜାରେ ଆଖୁ, ପଇଡ, କଦଳୀ, ସେଓ ଆଦି ବିଭିନ୍ନ ପ୍ରକାରର ଫଳ ଭୋଗ ଲଗାଯାଇଥାଏ।ଏହି ପର୍ବ ଯୋଡା ସହର ସମେତ ଜୁରୁଡି, ବାମେବାରୀ ଅଞ୍ଚଳରେ ପାଳନ କରୁଥିବା ଦେଖିବାକୁ ମିଳିଛି । ନଦୀ କୂଳରେ ବିଭିନ୍ନ ତୋରଣ ଓ ଆଲୋକ ମାଳାରେ ସାଜସଜ୍ଜା କରି ଶ୍ରଦ୍ଧାଳୁମାନେ ଏହି ପର୍ବ ମହାଆଡମ୍ବରରେ ପାଳନ କରିଥିବା ଜୁରୁଡି ଅଞ୍ଚଳର ଶିବନାରାୟଣ ପ୍ରସାଦ, ମଞ୍ଜିତ ଗୁପ୍ତା, ନନ୍ଦଲାଲ ଗୁପ୍ତା ଓ ଯୋଡା ଅଞ୍ଚଳର ଜିତୁ ଜୟସ୍ବାଲ, ମାନସ ଠାକୁର, ଚନ୍ଦନ ଗୁପ୍ତା, ପିଣ୍ଟୁ ସିଂ ପ୍ରମୁଖ କହିଛନ୍ତି ।