ଯୋଗ ଦିବସ ପୂର୍ବରୁ ଆନିମେଟେଡ୍‌ ଭୁଜଙ୍ଗାସନରେ ଦେଖାଦେଲେ ମୋଦି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେ ଫିଟ୍‌ ତାହା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ତେବେ ଆସନ୍ତା ୨୧ ତାରିଖରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ପୁଣି ଥରେ ମାଦିଙ୍କର ଭୁଜଙ୍ଗାନରେ ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଏହି ଆନିମେଟେଡ ଭିଡିଓକୁ ସୋସିଆଲ ମିଡିଆରେ ମୋଦିଙ୍କ ଦ୍ୱାରା ଅପଲୋଡ କରାଯାଇଛି। ଭୁଜଙ୍ଗାସନ ବା କୋବ୍ରା ପୋଜରେ ମୋଦିଙ୍କ ଏହି ଭିଡିଓକୁ ଆନେକ ଲାଇକ୍ସ ମିଳୁଛି। ପୂର୍ବରୁ ମଧ୍ୟ ମୋଦିଙ୍କର ତ୍ରିକୋଶାସନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପ୍ରଧାନମନ୍ତ୍ରୀ ଏଥର ଏହି ଭୁଜଙ୍ଗାନାସ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ ମାଧ୍ୟମରେ ସେ ଯୋଗର ପ୍ରଚର ପ୍ରସାର କରିବାକୁ ଚାହୁଁଥିବା ଆଲୋଚନା ହେଉଛି।

Share