Categories: ଜାତୀୟ

ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ

ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ ଜୋତା ପିନ୍ଧାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଲକ୍ଷ୍ମୀନାରାୟଣ ଏଠାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଏହି ଅବସରରେ ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ଚିନ୍ମୟାନନ୍ଦ ଓ ଡିଏମ୍‌ ଅମୃତ ତ୍ରିପାଠୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଯୋଗ କରିବା ପରେ ଲକ୍ଷ୍ମୀନାରାୟଣଙ୍କୁ ଜୋତା ପିନ୍ଧିବାର ଥିଲା। ହେଲେ ସେ ତଳକୁ ନଇଁ ପାରି ନ ଥିଲେ। ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ନିଜ ହାତରେ ଜୋତା ପିନ୍ଧାଇ ଦେଇଥିଲେ। ତେବେ ଏହି ବ୍ୟକ୍ତି ଜଣଙ୍କ ସରକାରୀ କର୍ମଚାରୀ ବୋଲି କୁହାଯାଉଛି। ଅପରପକ୍ଷରେ ଜୋତା ପିନ୍ଧାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share