Categories: ଜାତୀୟ

ଯୋଗୀ ୧ ନମ୍ବର ମୁଖ୍ୟମନ୍ତ୍ରୀ, ଚତୁର୍ଥରେ ନବୀନ

ନୂଆଦିଲ୍ଲୀ,୨୪ା୧:ଇଣ୍ଡିଆ ଟୁଡେ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଜାନୁୟାରୀରେ କରାଯାଇଥିବା ସର୍ଭେ ଅନୁଯାୟୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଅଭିହିତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତୃତୀୟ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ସ୍ଥାନରେ ରହିଛନ୍ତି। ସର୍ଭେରେ ୧୮ ପ୍ରତିଶତ ଭୋଟ ସହ ଯୋଗୀ ସର୍ବାଗ୍ରେ ରହିଥିବାବେଳେ କେଜ୍‌ରିଓ୍ବାଲ ଓ ମମତାଙ୍କୁ ୧୧ ପ୍ରତିଶତ, ନୀତୀଶଙ୍କୁ ୧୦ ପ୍ରତିଶତ ଓ ନବୀନଙ୍କୁ ୬ ପ୍ରତିଶତ ଭୋଟ ମିଳିଛି। ୧୯ ରାଜ୍ୟର ମୋଟ ୧୨,୧୪୧ ଜଣଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା। ସେହିପରି ନରେନ୍ଦ୍ର ମୋଦିଙ୍କୁ ଦେଶର ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ୩୪ ପ୍ରତିଶତ ଲୋକ ବିଶ୍ୱାସ କରନ୍ତି। ଏହା ପଛକୁ ରହିଛନ୍ତି ଇନ୍ଦିରା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ, ଜବାହରଲାଲ ନେହେରୁ। ଇନ୍ଦିରାଙ୍କୁ ୧୬ ପ୍ରତିଶତ ଲୋକ ଶ୍ରେଷ୍ଠ କହିଥିବାବେଳେ ୧୩ ପ୍ରତିଶତ ବାଜପେୟୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବେ ବିଶ୍ୱାସ କରନ୍ତି। ଇଣ୍ଡିଆ ଟୁଡେ-କାର୍ଭି ଇନ୍‌ସାଇଟ୍ସ ମୁଡ୍‌ ଅଫ୍‌ ଦି ନେଶନ ପକ୍ଷରୁ ଏହି ସର୍ଭେ କରାଯାଇଥିଲା।

Share