Categories: ଜାତୀୟ

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ ବେଳକୁ ବେଳ ବଢିବାରେ ଲାଗିଛି। ଏବେ ଏହା ସୀମା ପାର କରିଥିବା ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ଏମିତିକି ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ଥମିବାର ନାଁ ନେଉନାହିଁ ବୋଲି ସେ କହିଛନ୍ତି। ହେଲେ ଯୋଗୀ ସରକାର ଏହା ଉପରେ କୌଣସି ପଦକ୍ଷେପ ନ ନେଇ ଚୁପ୍‌ ହୋଇ ବସିଛନ୍ତି। ଆଶ୍ଚର୍ଯ୍ୟ ତଥା ଲଜ୍ୟାର କଥା ହେଉଛି ସରକାର ଯେମିତି ଏଦିଗରେ ଆଖି ବୁଜି ଦେଇଛନ୍ତି। କମଲେଶ ତିଓ୍ବାରୀଙ୍କ ହତ୍ୟାକୁ ନେଇ ସାରା ରାଜ୍ୟରେ ଯେତେବେଳେ ଚାପା ଉତ୍ତେଜନା ଲାଗି ରହିଛି ସେତେବେଳେ ପ୍ରିୟଙ୍କାଙ୍କ ଏହି ବୟାନ ନିଆଁରେ ଘିଅ ଢାଳିବା ପରି ହୋଇଛି।

Share